ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ବ୍ଲକ ଅଧିନସ୍ତ ଖୋଲାନ ଗ୍ରାମ ପଞ୍ଚାୟତ ର କସ୍ତୁରବା ଗାନ୍ଧି ସରକାରୀ ବିଦ୍ୟାଳୟ ତଥା ଛାତ୍ରୀ ନିବାସ ର ୨୭ ଜଣ ଅନ୍ତେବାସୀ ଛାତ୍ରୀ ମାନେ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇ ଡାକ୍ତରଖାନା ରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣା ଯାଇଛି । ପ୍ରକାଶ ଯେ ପ୍ରତିଦିନ ଭଳି ଛାତ୍ରୀ ନିବାସ ର ଛାତ୍ରୀ ଙ୍କୁ ମଧ୍ୟାହ୍ନ ଭୋଜନ ଖାଇ ଗୁରୁତର ଅସୁସ୍ଥ ହୋଇ ପଡ଼ି ଥିବା ଜଣା ପଡିଛି । ନିୟମିତ ଭଳି ଖାଦ୍ୟ ଖାଇବା ପରେ ଛାତ୍ରୀ ମାନେ ମୁଣ୍ଡ ବୁଲେଇବା ସହ ବାନ୍ତି କରିବା ଦେଖା ଯାଇଥିଲା । ଆକ୍ରାନ୍ତ ଙ୍କୁ ଖୋଲାନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରି ପ୍ରାରମ୍ଭିକ ଚିକିତ୍ସା ଆରମ୍ଭ କରାଯାଇ ଥିବା ବେଳେ ଆବଶ୍ୟକ ହେଲେ ବଲାଙ୍ଗୀର ଜିଲ୍ଲା ଭୀମ ଭୋଇ ମ୍ୟାଡ଼ିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତର କରା ଯିବ ବୋଲି ଡ଼ାଃ ମୀନିକେତନ କିସାନ ଜଣାଇଛନ୍ତି । ଉକ୍ତ ଛାତ୍ରୀ ନିବାସ ଦାୟିତ୍ଵରତ ଅଧିକାରୀଣୀ ନଳିନୀ ବେହେରା ତାଙ୍କ କୌଣସି କାର୍ଯ୍ୟ ରେ ବଲାଙ୍ଗୀର ଯାଉଥିବା ବେଳେ ଏଭଳି ଛାତ୍ରୀ ଙ୍କ ଅସୁସ୍ଥତା ଖବର ପାଇ ଅଧା ବାଟ ରୁ ଫେରି ଥିବା ପ୍ରକାଶ କରିବା ସହ କେଉଁ କାରଣ ରୁ ଏଭଳି ଖାଦ୍ୟ ବିଷାକ୍ତ ହେଲା ସେ ନେଇ କିଛି ସ୍ପଷ୍ଟ ଜାଣି ନ ଥିବା ପ୍ରକାଶ କରିଛନ୍ତି । ଉକ୍ତ ବିଷାକ୍ତ ଖାଦ୍ୟ ଖାଇ ଡାକ୍ତର ଖାନା ରେ ଅସୁସ୍ଥ ଛାତ୍ରୀ ଙ୍କୁ ଟିଟିଲାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦ୍ରମଣି ନାଗ ଉପସ୍ଥିତ ରହିବା ସହ ଚିକିତ୍ସା ନେଇ ତଦାରଖ କରିବା ସହ ଟିଟିଲାଗଡ ଅତିରିକ୍ତ ଶିକ୍ଷା ଅଧିକାରୀ ଅଭିରାମ ମାଝୀ ଘଟଣା ର ସବିଶେଷ ତଦନ୍ତ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକାଶ କରିଛନ୍ତି ।