ସୋରଡ଼ା ତାଲୁକା ଆଇନ ସେବା ଓ ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟର ରାଷ୍ଟ୍ରୀୟ ସେବା ସଂସ୍ଥା ମିଳିତରେ ମଙ୍ଗବାର ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଛି I ମହାବିଦ୍ୟାଳୟ ପରିସର ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ଲୋକନାଥ ମିଶ୍ର,ପ୍ରଥମ ଶ୍ରେଣୀ ବିଚାରପତି ମିଲନ ତାଣ୍ଡି, ଅଧ୍ୟକ୍ଷ ରମେଶ ପାଢ଼ୀ,ଓକିଲ ସଙ୍ଘ ସଭାପତି ଶିବ ପ୍ରସାଦ ବାହିନୀପତି, ବରିଷ୍ଠ ଆଇନ ଜୀବି ପ୍ରଭାତ ପାଢ଼ୀ, ଶ୍ରୀବଚ୍ଛ ସାହୁ ପ୍ରମୁଖ ମଂଚାସୀନ ଥିଲେ I ଅଧ୍ୟାପକ ହୃଷିକେଶ ମିଶ୍ର, କମ୍ପୁଟର ଅଧ୍ୟାପକ ସନ୍ଦୀପ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ସମାଜ ରେ ମଣିଷ ର ମାନବିକ ଅଧିକାର ଉପରେ ବିଶେଷ ଭାବେ ସାମୁହିକ ଆଲୋଚନା କରାଯାଇଥିଲା I ତାଳୁକା ଆଇନ ସେବା ର କାର୍ଯ୍ୟ,, ଦାୟିତ୍ୱ ଓ ଜନତା ଙ୍କ ପାଇଁ ଆଇନ ସେବା ଉପରେ ଆଇନ ଜୀବି ମାନେ କହିଥିଲେ I ସମସ୍ତ ଛାତ୍ରୀ ଯୋଗ ଦେଇଥିଲେ I