ଭାରତ-ନ୍ୟୁଜିଲ୍ୟାଣ୍ଡ ବିଶ୍ବକପ ସେମିଫାଇନାଲ୍ ଦେଖୁଥିଲେ ପିଜି ଡାକ୍ତର । ଚିକିତ୍ସାରେ ଅବହେଳା, ଚାଲିଗଲା ରୋଗୀଙ୍କ ଜୀବନ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲରୁ ଆସିଲା ସଙ୍ଗୀନ ଅଭିଯୋଗ । ଅଧିକ୍ଷକଙ୍କ ସଫେଇ ହୃଦଘାତ ଯୋଗୁଁ ହୋଇଛି ମୃତ୍ୟୁ । ସିସିଟିଭି ଆଧାରରେ ହେବ ତଦନ୍ତ ।
ବିଶ୍ବକପ କ୍ରିକେଟର ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ୍ ଦେଖୁଥିଲେ ପିଜି ଡାକ୍ତର । ଚିକିତ୍ସାରେ ପାଇଁ ଆସିଥିଲେ ରୋଗୀ । ହେଲେ ଠିକ୍ ଭାବେ ଚିକିତ୍ସା ପାଇଲେନି । ଚାଲିଗଲା ଜୀବନ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ସେପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ହୃଦଘାତ ଯୋଗୁଁ ହିମାଂଶୁଙ୍କ ମୃତ୍ୟୁ ହୋଇଥିବା ଏମକେସିଜି ମେଡ଼ିକାଲ ଅଧିକ୍ଷକ କହିଛନ୍ତି । ତେବେ ସିସିଟିଭି ଆଧାରରେ ଘଟଣାରେ ହେବ ତଦନ୍ତ ।
ଯେତେବେଳେ ଜଣେ ରୋଗୀ ବେଡରେ ପଡ଼ି ଛଟପଟ ହେଉଥିଲେ, ଚିକିତ୍ସା ପାଇଁ ଆକୁଳ ନିବେଦନ କରୁଥିଲେ ସେତେବେଳେ କ୍ରିକେଟ ମ୍ୟାଚ୍ ଦେଖୁଥିଲେ ଡାକ୍ତର । ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ କାର୍ଯ୍ୟରତ ଥିବା ଡ଼ାକ୍ତରଙ୍କ ବିରୋଧରେ । ଡାକ୍ତର ରୋଗୀଙ୍କ ଚିକିତ୍ସା ନ କରି କ୍ରିକେଟ ମ୍ୟାଚ ଦେଖୁଥିଲେ । ଏହାଫଳରେ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତ ହିମାଂଶୁଙ୍କ ଭାଇ ସୁଭ୍ରାଂଶୁ ପ୍ରଧାନ ।