କେନ୍ଦୁଝର ଜିଲ୍ଲା ବାମେଵାରୀ ଥାନା ଅନ୍ତର୍ଗତ କାଶିଆ ଅଞ୍ଚଳରେ ବିରୁଡ଼ି ଆକ୍ରମଣ ରେ ଜଣେ ଶିଶୁ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ମୃତକଙ୍କ ନାମ କାଶିଆ ଅଞ୍ଚଳର ଯୋଗେନ୍ଦ୍ର ଲାଗୁରୀଙ୍କ ଝିଅ ନାନିକା ଲାଗୁରୀ। ଗୁରୁତର ଥିବା ଦୁଇ ଜଣ ହେଲେ ସୁଜତା ମୁଣ୍ଡା ଓ ଲଷ୍ମୀ ମୁଣ୍ଡା। ବୁଧୁବାର ତିନି ଜଣ ଧାନ ବିଲକୁ ଚାଷ କାର୍ୟ୍ୟ ପାଇଁ ଯାଇଥିଲେ। ସେଠାରେ ପ୍ରାୟ ସକାଳ ୧୦.୩୦ ଜଙ୍ଗଲ ବିରୁଡ଼ି ଆକ୍ରମଣ କରିଥିଲେ। ସେମାନଙ୍କୁ ପ୍ରଥମେ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।