ମୁମ୍ୱାଇ ,(ଏନଏନଏସ ଓଡ଼ିଆ /୦୯ .୦୩): ଭାବୀ ଜି ଘର ପର ହୈ, ଫେମ୍ ଶୁଭାଙ୍ଗୀ ଅତ୍ରେଙ୍କ ଫ୍ୟାନ ମାନଙ୍କ ପାଇଁ ଦୁଃଖ ଖବର । ବିବାହ ୧୯ ବର୍ଷ ପରେ ସ୍ୱାମୀଙ୍କଠାରୁ ଅଲଗା ହୋଇଛନ୍ତି ଶୁଭାଙ୍ଗୀ । ସ୍ୱାମୀ ପୀୟୁଷ ପୁରୀଙ୍କ ସହିତ ଶେଷ କରିଛନ୍ତି ସବୁ ସମ୍ପର୍କ । ଗତ କିଛିଦିନ ଧରି ସେମାନଙ୍କ ଅଲଗା ହେବା କଥା ଚର୍ଚ୍ଚା ହେଉଥିଲା । ହେଲେ ଏବେ ଅଭିନେତ୍ରୀ ଜଣଙ୍କ ଏହାକୁ ନିଶ୍ଚିତ କରିଛନ୍ତି । ନିଜର ଭାଙ୍ଗିଯାଇଥିବା ସମ୍ପର୍କକୁ ନେଇ ନିଜର ଇମୋସନ ସେୟାର କରିଛନ୍ତି । ଶୁଭାଙ୍ଗୀ ଅତ୍ରେ ଏବଂ ପୀୟୂଷ ଗତ ଏକ ବର୍ଷେ ଧରି ଅଲଗା ରହୁଛନ୍ତି । ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ଯାହାର ବୟସ ୧୮ ବର୍ଷ ହେବ । ଉଭୟ ଅଲଗା ରୁହନ୍ତି ସତ, କିନ୍ତୁ ଝିଅ ପାଇଁ ସେ ଅଭିଭାବକ ଅଟନ୍ତି । ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ନିଶ୍ଚିତ କରି ଶୁଭାଙ୍ଗୀ ସାକ୍ଷାତକାରରେ କହିଛନ୍ତି, “ଆମେ ଏକ ବର୍ଷ ଧରି ଏକାଠି ରହୁନାହୁଁ । ପୀୟୁଷ ଏବଂ ମୁଁ ଆମର ବିବାହକୁ ଶେଷ ପର୍ଯ୍ୟନ୍ତ ବଞ୍ଚାଇବାକୁ ଚେଷ୍ଟା କରିଥିଲୁ । ପରସ୍ପର ପ୍ରତି ସମ୍ମାନ, ବିଶ୍ୱାସ ଏବଂ ବନ୍ଧୁତା ଏକ ଦୃଢ ବିବାହର ମୂଳଦୁଆ । ଶୁଭାଙ୍ଗୀ ଅତ୍ରେ କହିଛନ୍ତି ଯେ ତାଙ୍କ ବିବାହରେ ଅନେକ ସମସ୍ୟା ଥିଲା । ଯାହା ସେ ଠିକ୍ କରାଇପାରିଲେନି । ଅଭିନେତ୍ରୀ କହିଛନ୍ତି, “ଆମେ ଅନୁଭବ କରିଛୁ ଯେ ଆମେ ଆମର ମତଭେଦ ସମାଧାନ କରିପାରିବୁ ନାହିଁ । ତେଣୁ ଆମେ ପରସ୍ପରକୁ ସ୍ପେଶ୍ ଦେବା ଏବଂ ଆମର ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତି ଉପରେ ଧ୍ୟାନ ଦେବା ପାଇଁ ସ୍ଥିର କଲୁ । ଏହା ଏପର୍ଯ୍ୟନ୍ତ କଷ୍ଟସାଧ୍ୟ ଅଟେ । ମୋ ପରିବାର ମୋର ପ୍ରଥମ ପ୍ରାଥମିକତା । ଆମେ ସମସ୍ତେ ଚାହୁଁ ଯେ ଆମ ପରିବାର ଆମ ପାଖାପାଖି ରହୁ । କିନ୍ତୁ କିଛି କ୍ଷତର ମରାମତି ହୋଇପାରିବ ନାହିଁ ।