ବଲିଉଡର କିଙ୍ଗ ଖାନ ଶାହାରୁଖଙ୍କ ଅପକମିଂ ଫିଲ୍ମ ‘ପଠାନ’କୁ ନେଇ ସମସ୍ତଙ୍କ ମନରେ ବେଶ ଉତ୍ସାହ ଭରି ରହିଛି। ତାଙ୍କ ପ୍ରଶଂସକମାନେ ଏହି ଫିଲ୍ମର ରିଲିଜକୁ ନେଇ ଅପେକ୍ଷା କରି ବସିଛନ୍ତି। ତେବେ ବଲିଉଡ ବାଦଶାହଙ୍କ ଏହି ଫିଲ୍ମକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଫିଲ୍ମର ଶୁଟିଂ ସେଟରେ ହୋଇଛି ଝଗଡା । ଏପରିକି ମାରପିଟ ଯାଏଁ ମଧ୍ୟ କଥା ଯାଇଥିବା ଶୁଣିବାକୁ ମିଳିଛି। ଫଳରେ ଫିଲ୍ମ ଶୁଟିଂ ଅଟକି ଯାଇଛି। କିଛି ଦିନ ପୂର୍ବେ ଫିଲ୍ମ ‘ପଠାନ’ର ଶୁଟିଂ ସେଟରେ ନିର୍ଦ୍ଦେଶକ ଏବଂ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏପରିକି ଉଭୟଙ୍କ ମଧ୍ୟରେ ମାରପିଟ ପର୍ଯ୍ୟନ୍ତ କଥା ମଧ୍ୟ ଯାଇଥିଲା, ଯାହା ଶାହାରୁଖଙ୍କ କ୍ୟାରିଅରର ପ୍ରଥମ ଘଟଣା। ଏହି ଝଗଡା ଯୋଗୁଁ ଶାହାରୁଖଙ୍କ ଏହି ଫିଲ୍ମର ଶୁଟିଂକୁ କିଛି ଦିନ ପାଇଁ ବନ୍ଦ କରି ଦିଆଯାଇଛି। ସେପଟେ ପ୍ରଡକ୍ସନ ହାଉସ ଉକ୍ତ ଆସିଷ୍ଟାଣ୍ଟ ଡାଇରେକ୍ଟରକୁ ଚାକିରିରୁ ବିଦା କରିଦେଇଛନ୍ତି। ମିଡିଆ ରିପୋର୍ଟ ମୁତାବକ, ଉକ୍ତ ଆସିଷ୍ଟାଣ୍ଟ ଡାଇରେକ୍ଟର, ନିର୍ଦ୍ଦେଶକ ଆନନ୍ଦ ଏଲ୍ ରଏଙ୍କ କଥା ଶୁଣୁ ନଥିଲା। ଶୁଟିଂ ସେଟରେ ଫୋନ ବ୍ୟବହାର କରିବା ବାରଣ ଥିବା ସତ୍ତ୍ୱେ ସେ ଫୋନରେ କଥା ହେଉଥିଲା। ଏହାକୁ ବାରଣ କରିବା ଯୋଗୁଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ମାରପିଟ ଯାଏଁ କଥା ଯାଇଥିଲା। ଏପରିକି ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲା ଉକ୍ତ ଆସିଷ୍ଟାଣ୍ଟ ଡାଇରେକ୍ଟର।