ବିପଦ ସଂକେତ ଉପରେ ପ୍ରବାହିତ ବୈତରଣୀ ଜଳକା। ଗତକାଲି ଠାରୁ ବୈତରଣୀ ନଦୀର ଜଳସ୍ତର ଧିରେ ଧିରେ ବଢ଼ିବାରେ ଲାଗିଛି। ବୈତରଣୀ ନଦୀ ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭ ଦଶମିକ ଆଠ ତିନି ମିଟର ଥିବା ବେଳେ ସକାଳ ୬ଟା ବେଳେ ବିପଦ ସଂକେତକୁ ଅତିକ୍ରମ କରି ଏବେ ୧୭ ଦଶମିକ ନଅ ଶୂନ ମିଟର ଉପରେ ପ୍ରବାହିତ ହେଉଛି। ଗତକାଲି ଠାରୁ ଉପର ମୁଣ୍ଡରେ ବର୍ଷା ହେବାରୁ ଏଭଳି ସ୍ଥିତି ଉପୁଜିଛି।
ସେହିପରି ଜଳକା ନଦୀର ଜଳସ୍ତର ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଥାନୀ ଠାରେ ବିପଦ ସଂକେତ ୫ ଦଶମିକ ୫୦ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବଢ଼ି 6 ଦଶମିକ 32 ମିଟରରେ ପହଞ୍ଚିଥିଲା। ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ହେବା ପରେ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳ ବାସୀ।