ବଲାଙ୍ଗୀର; ବୋହୁ ଅଦ୍ରିତାଙ୍କ ଅଭିଯୋଗ ଆଧାରରେ ଡେରାଡୁନ ପୋଲିସ ଏୟୁ ସିଂଦେଓଙ୍କ ପରିବାର ବିରୋଧରେ ଏତଲା ଦାୟର କରିଛି । ମିଳିଥିବାସୁତ୍ର ଅନୁସାରେ ଅଦ୍ରିତାଙ୍କ ସ୍ୱାମୀ ଅର୍କେଶ ସିଂଦେଓ ଶ୍ୱଶୁର ଅନଙ୍ଗ ଉଦୟ ସିଂଦେଓ ଓ ଶାଶୁ ବିଜୟ ଲକ୍ଷ୍ମୀଙ୍କ ସମତେ, ଦେଢ଼ଶୂର କଳିକେଶ ଓ ଯାଆ ମେଘନାଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିବା ଜଣାପଡିଛି । ୨୦୧୭ ମସିହା ନଭେମ୍ବର ୨୩ତାରିଖରେ ବୈଦିକ ରୀତିରେ ବଲାଙ୍ଗୀରର ରାଜ ପରିବାରର କିନିଷ୍ଠ ପୁତ୍ରଙ୍କ ସହ ଅଦ୍ରିତାଙ୍କର ବିବାହ ହୋଇଥିଲା ।
ଉଭୟ ଅଦ୍ରିତା ଏବଂ ଅର୍କେଶ ଡେରାଡୁନରେ ରହୁଥିବା ବେଳେ ସେମାନଙ୍କ ମଧ୍ୟରେ ପାରିବାରିକ ହିଂସା ଦେଖାଦେଇଥିଲା । ଅଦ୍ରିତାଙ୍କ ଅଭିଯୋଗ ଅନୁଯାଇ ଅର୍କେଶଙ୍କ ପରିବାର ବିବାହର ଅଳ୍ପଦିନ ପରେ ତାଙ୍କ ଉପରେ ଯୌତୁକ ନିର୍ଯାତନା ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଅପରପକ୍ଷେ ଅର୍କେଶ କହିଛନ୍ତି ଯେ ଡେରାଡୁନରେ ରୁହୁଥିବା ସମୟରେ ଅଦ୍ରିତାଙ୍କ ପରିବାର ତରଫରୁ ତାଙ୍କ ଉପରେ ଅତ୍ୟାଚାର କରାଯାଉଥିଲା । ଅଦ୍ରିତାଙ୍କ ବାପାଙ୍କର କିଛି ଜମି ମାଫିଆଙ୍କ ସହ ସମ୍ପର୍କ ଥିବା ଅର୍କେଶ ଅଭିଯୋଗ କରିଛନ୍ତି ।
ଅଦ୍ରିତାଙ୍କ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଉତ୍ତରାଖଣ୍ଡ ଡିଜିପି ଡେରାଡେନର ଏଏସ୍ପିଙ୍କୁ ଦାୟିତ୍ୱ ଦେଇଥିଲେ । ତଦନ୍ତ ଆଧାରରେ ଅର୍କେଶ ଓତାଙ୍କ ପରିବାର ବିରୋଧରେ ଏତଲା ଦାରଜ ହୋଇଥିବା ଜଣାପଡିଛି । ଅତୀତରେ ପାୀବାରିକ ସିଂସାକୁ ନେଇ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ରାଜନୈତିକ ପ୍ରତିଷ୍ଠା ଉପରେ ଆଂଚ ଆସିଥିବା ବେଳେ ବର୍ତ୍ତମାନ ଏୟୁ ସିଦେଓଙ୍କ ବୋହୂ ରାଜପରିବାର ବିରୋଧରେ ଏତଲା ଦେବା ଏବଂ ତାହା ପଞ୍ଜିକୃତ ହେବା ଭବିଷ୍ୟରେ ବଲାଙ୍ଗୀର ରାଜପରିବାର ପ୍ରତି କି ବିପଦ ସୃଷ୍ଟି କରିବ ତାହା ସମୟ କହିବ ।