ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପରେ ଥିବା ବାହାକୁଦ ଫେରି ଘାଟ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ଓ ଜଗତସିଂହପୁର ଜିଲ୍ଲାର ନଦୀପାଶ୍ୱ ଗ୍ରାମରେ ପାଖାପାଖି 4000 ଲୋକେ ଏଇ ଜଳପଥ ଦେଇ ଗମନା ଗମନ କରୁଛନ୍ତି। ତାଙ୍କ ପାଇଁ ଏଇ ନଦୀପଥ ଜୀବନ ଜୀବିକାର ଏକମାତ୍ର ବିକଳ୍ପ ହୋଇଥିବା ବେଳେ ଏଇ ଘାଟ ଦେଇ ପ୍ରତିଦିନ ଶହଶହ ଲୋକ ଛୋଟ ବଡ ଡ଼ଙ୍ଗାରେ ପାରିହୁଅନ୍ତି। ଏଇ ଘାଟ ଦେଇ ପାରି ହେଉଥିବା ଲୋକମାନେ ଲାଇଫ ଜ୍ୟାକେଟ ପିନ୍ଧି ପାରିହେବା କଥା କିନ୍ତୁ ଗୋଟାଏ ବି ଲାଇଫ ଜ୍ୟାକେଟ ଦେଖିବାକୁ ମିଳିନାହିଁ ଏମିତିକି ବୋଟ ଚାଲାକ ମଧ୍ୟ ବିନା ଲାଇଫ ଜ୍ୟାକେଟରେ ଦେଖିବାକୁ ମିଳିଛି। ନିକଟରେ ଖରିନାସିରୁ ବତୀଘର ଯିବା ବେଳେ ଡ଼ଙ୍ଗା ବୁଡି 7ଜଣଙ୍କ ଅମୁଲ୍ୟ ଜୀବନ ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ କଡା ନିୟମ ପାଳନ କରିଯାଇଥିଲା । ଯେଉଁଥିରେ ଘାଟ ପାରି ହେଉଥିବା ସବୁ ଲୋକେ ଲାଇଫ ଜ୍ୟାକେଟ ପିନ୍ଧିବା ବାଧ୍ୟତାମୂଳକ। ଏହି ଘାଟ ଦେଇ ଖାଲି ଲୋକେ ନୁହେଁ ତାଙ୍କ ସହ ଦୁଇଚକିଆ ଯାନ, ଛେଳି, କୁକୁଡ଼ା, ପରିବାପତ୍ର ଆହୁରି ଅନେକ ଦ୍ରବ୍ୟ ନବା ଆଣିବା ହଉଛି ।କିନ୍ତୁ ଏବେ ଏଇ ଦୂର୍ଷ୍ୟ ଦେଖିଲେ ଲାଗୁଛି ପ୍ରଶାସନର ସବୁ କଟକଣାକୁ ଫୁ। ଏଥି ପ୍ରତି କାହାରି ନିଘା ନାହିଁ । ଆମ nns odia ପ୍ରତିନିଧି ଏନେଇ ଡ଼ଙ୍ଗା ଚାଳକ ଓ ରାମନଗର ସରପଞ୍ଚଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ବି ସେ କ୍ୟାମେରା ସାମ୍ନାରେ କହିବାକୁ ମନା କରିଥିଲେ। ଯେହେତୁ ଏଇ ଘାଟ ମହାକାଳପଡ଼ା ବ୍ଲକରେ ଯାଉଛି ତେଣୁ ଏଥି ପ୍ରତି ଯଦି ବିଡିଓ ଓ ଜିଲ୍ଲାପାଳ ଦୁଷ୍ଟି ଦେଇ ସବୁ ଯାତ୍ରୀଙ୍କୁ ଲାଇଫ ଜ୍ୟାକେଟ ନିୟମ କଡାକଡି କରନ୍ତେ ତେବେ ଭବିଷ୍ୟତରେ ଅନେକ ନିରୀହ ଜୀବନ ଯିବାକୁ ରୋକି ପାରିହେବ। ଏଥି ପ୍ରତି ସାଧାରଣ ଯାତ୍ରୀ ବି ସଚେତନତା ହେବା ନିହାତି ଜରୁରୀ।