ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ଭେଷଜ ଦିବସ ପାଳିତ ହୋଇ ଯାଇଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଭେଷଜ ଙ୍କ ଦାୟିତ୍ଵ ନିର୍ବାହ ସହ ସାଧାରଣ ଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ତଥା ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ନେଇ ସବିଶେଷ ଆଲୋଚନା ହୋଇ ଥିଲା। ଏପରି କି ବିନା ଫାର୍ମାସିଷ୍ଟ ରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଅସମ୍ଭବ ବୋଲି ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମ ବରିଷ୍ଠ ଫାର୍ମାସିଷ୍ଟ କଲ୍ୟାଣ କୁମାର ବୋସ ପରିଚାଳନା କରି ଥିବା ବେଳେ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ପ୍ରଦୀପ ନାଏକ,ଡ଼ାଃ କୃଷ୍ଣଚନ୍ଦ୍ର ପାଲ, ଡ଼ାଃ ଜିତେନ୍ଦ୍ର ମହାନ୍ତି ତଥା ଅନ୍ୟ ଫାର୍ମାସିଷ୍ଟ କର୍ମକର୍ତା ଉପସ୍ଥିତ ରହି ନିଜ ସ୍ଵକୀୟ ମତ ପ୍ରକାଶ ସହ ଏହି ବିଶ୍ଵ ଫାର୍ମାସିଷ୍ଟ ଦିବସ ନେଇ କେକ୍ କାଟି ପାଳନ କରି ଥିଲେ । ଜଣେ ଡାକ୍ତର ଭଳି ଗୁରୁ ଦାୟିତ୍ଵ ଜଣେ ଫାର୍ମାସିଷ୍ଟ ବା ଭେଷଜ ବିଜ୍ଞ ର ରହୁଥିବା ବେଳେ ପ୍ରତି ବର୍ଷ ଏହି ଦିବସ ପାଳନ ନେଇ ସ୍ବତନ୍ତ୍ର ମତ ପ୍ରକାଶ ପାଇଥିଲା ।