ସୋରଡ଼ା ବ୍ଲକ ର ଗୋପାଳପୁର ଶାସନ ନିକଟରେ ଥିବା ପାର୍ବତୀଗିରି ବୃହତ ଉଠା ଜଳ ସେଚନ ପ୍ରକଳ୍ପ ରୁ ଚାଷ ଜମି ମାନଙ୍କୁ ପାଣି ଯାଉ ନଥିବା ଉପରେ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରି ଆସୁଥିଲେ I ମଙ୍ଗଳବାର ବିଧାୟକ ନୀଳମଣି ବିଷୋୟୀ, ସରପଞ୍ଚ ଦେବରାଜ ମଲିକ ମାଧ୍ୟାର୍ହ୍ନ ରେ ଅଚାନକ ଉକ୍ତ ପ୍ରକଳ୍ପ ପରିଦର୍ଶନ ରେ ପହଂଚି ଥିଲେ I ସମସ୍ତ ପ୍ରକାର ବୈଷୟିକ ପରିଚାଳନା ଉପରେ ପଚାରି ବୁଝିଥିଲେ I ସରପଞ୍ଚ ଶ୍ରୀ ମଲିକ କ ଙ୍କ କହିବା ଅନୁଯାଇ ଉକ୍ତ ପ୍ରକଳ୍ପ ରେ ପାଣି ଉଠିବା ପାଇଁ ନଦୀରେ 6 ଫୁଟ ଉଚ୍ଚତା ରେ ପାଣି ରହିବା ଆବଶ୍ୟକ ଯାହାକି ମୋଟର 3 ଫୁଟ ବୁଡିକି ରହିବ ଏବଂ ପାଣି ଉଠି ପାରିବ I ନଦୀରେ ପାଣି ଆବଶ୍ୟକ ଉଚ୍ଚତା ରେ ନ ରହିବା ଯୋଙ୍ଗୁ ପ୍ରକଳ୍ପ କାର୍ଯ୍ୟରେ ଆସିପାରୁନି I ତେବେ ଉକ୍ତ ସ୍ଥାନରେ ସାତ ଫୁଟ ଚଉଡା, ସତୁରି ଫୁଟ ଲମ୍ବ ର ଏକ ଆନିକଟ ବ୍ୟବସ୍ଥା କରି ଜଳଧାରଣ ସୁବିଧା କରିବାକୁ ବିଧାୟକ କହିଥିବା କହିଥିଲେ I ସୂଚନା ଯୋଗ୍ୟ ଉକ୍ତ ପ୍ରକଳ୍ପ ରୁ ପାଲକାଟ, ଲାଠିପଡ଼ା, ଗେଞ୍ଜା, ଗୋପାଳ ପୁର ଶାସନ, କୁଲାଙ୍ଗୀ ପଂଚାୟତ ର 20 ରୁ ଉର୍ଦ୍ଧ ଗ୍ରାମର ଚାଷୀ ଉପକୃତ ହେବେ l ଏହି ପ୍ରକଳ୍ପ କୋଟି କୋଟି ଟଙ୍କାରେ ନିର୍ମିତ ହୋଇ 3 ବର୍ଷ ହେଲା କାର୍ଯ୍ୟକ୍ଷମ ନହୋଇ ରହିଛି I