ବିଧାନସଭାରେ ଉପସ୍ଥାପନ ହେଲା ରାଜ୍ୟ ବଜେଟ୍ ୨୦୨୫ । ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୋହନ ସରକାରଙ୍କର ଏହା ଦ୍ୱିତୀୟ ବଜେଟ୍ । ୨୦୨୫-୨୬ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ୍ ଅଟକଳ । ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ ।
ଉତ୍କର୍ଷ ଓଡ଼ିଶା ଜରିଆରେ ୫୯୩ ପ୍ରକଳ୍ପକୁ ଗ୍ରହଣ କରାଯାଇଛି । ମୋଟ ୧୬ ଲକ୍ଷ ୭୩ ହଜାର କୋଟି ପୁଞ୍ଜି ନିବେଶ ଲକ୍ଷ୍ୟ ରହିଛି । ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ନେଇ ସରକାର ଆଶାବାଦୀ ଅଛନ୍ତି । ଶିକ୍ଷା, ସ୍ଵାସ୍ଥ୍ୟ କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ ଲକ୍ଷ୍ୟ ରଖିଛନ୍ତି ସରକାର । ଗ୍ରାମାଞ୍ଚଳରେ ଅଧିକ ପୁଞ୍ଜି ନିବେଶ କରି ବିକାଶ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କୃଷି ପାଇଁ ଏଥର ବଜେଟ୍ରେ ୩୭,୮୦୦ କୋଟି ବ୍ୟୟ ଅଟକଳ । ଯାହା ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ । ସିଏମ୍ କିଷାନ ଯୋଜନା ପାଇଁ ବ୍ୟୟ ଅଟକଳ ୨ ହଜାର ୨୦ କୋଟି । ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି । ମିଲେଟ ଶ୍ରୀଅନ୍ନ ଯୋଜନା ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି । ମିଲେଟ ପାଇଁ ଏମ୍ଏସ୍ପି ୪୨୯୦ ଟଙ୍କା ବାଦ ଅଧିକ ୨ ଶହ ଟଙ୍କା ମିଳିବ । ଆଳୁ ପାଇଁ ଆଉ କାହା ଉପରେ ନିର୍ଭର କରିବନି ଓଡ଼ିଶା । ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ୧ ଲକ୍ଷ ୬୦ ହଜାର ବିହନ ଯୋଗାଇ ଦିଆଯାଇଛି ।
ଫପ୍ରଧାନମନ୍ତ୍ରୀ ସୂର୍ୟ୍ୟ ଘର’ ଯୋଜନା ପାଇଁ ୩ କିଲୋୱାଟ ସୋଲାର ପ୍ରକଳ୍ପ ନିମନ୍ତେ ମିଳିବ ୬୦ ହଜାର ଟଙ୍କାର ଅତିରିକ୍ତ ସହାୟତା । ଏଥିଲାଗି ଚଳିତ ଆର୍ଥିକ ବର୍ଷରେ ୮୨୦ କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ରାଜପଥର ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୧୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର । ଆଗାମୀ ଦିନରେ ରାଜ୍ୟ ସବୁ ରାଜପଥ ୪ ଲେନ୍ ବିଶିଷ୍ଟ ହେବ । ମୋଟ ୭୭ ହଜାର କିଲୋମିଟର ରାସ୍ତା ତିଆରି ହେବ ।
ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର ୧୪୫ କୋଟି ଟଙ୍କା ଓ ସୁଭଦ୍ରା ସୁରକ୍ଷା ଅଧୀନରେ ୧ ଶହ ୫୩ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ।
ସେହିଭଳି ଶ୍ରୀଅନ୍ନ ଯୋଜନା ପାଇଁ ୬୦୦ କୋଟି ଟଙ୍କାର ବଜେଟ କରିଛନ୍ତି ସରକାର । ୨୫୨କୋଟି ଟଙ୍କା ଶୀତଳ ଭଣ୍ଡାର ପାଇଁ ବ୍ୟୟ ବରାଦ କରାଯାଇଛି । ୫୮ ଉପଖଣ୍ଡରେ ନୂତନ ଶୀତଳ ଭଣ୍ଡାର ତିଆରି ହେବ । ଏହି କ୍ରମରେ ଜଳସେଚନ ପାଇଁ ୧୪ ୮୯୫ କୋଟି ବ୍ୟୟ ବରାଦ ରହିଛି ।
ଭକ୍ତଙ୍କ ପାଇଁ କରାଯାଉଛି ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା । ଏଥିରେ ଗରିବ ଭକ୍ତ ସଦର ମହକୁମାରୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏଥିପାଇଁ ବଜେଟରେ ୩୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ହୋଇଛି ।
ଐତିହ୍ୟ ଓ ସ୍ମାରକୀ ଗୁଡିକର ସମନ୍ୱିତ ବିକାଶ ଏବଂ ପର୍ୟ୍ୟଟନସ୍ଥଳର ମୌଳିକ ସୁବିଧା ବୃଦ୍ଧି ଯୋଜନା ଅଧିନରେ, ପ୍ରାୟ ୨ଶହ ୨୫ଶହ କୋଟି ଟଙ୍କାରେ କେନ୍ଦୁଝରର ଘଟଗାଁସ୍ଥିତ ମା ତାରିଣୀ ମନ୍ଦିର ପରିସରର ସମନ୍ୱିତ ବିକାଶ କରାଯିବ ।
ସେହିପରି ପିଏମ୍ ଗ୍ରାମ୍ୟ ସଡକ ଯୋଜନା ପାଇଁ ୧୭ ଶହ କୋଟି, ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ ୩ ହଜାର ୪୦୦ କୋଟି, ସେତୁବନ୍ଧ ଯୋଜନା ପାଇଁ ୨ ହଜାର କୋଟି, ମୁଖ୍ୟମନ୍ତ୍ରୀ ବସ୍ ସେବା ପାଇଁ ୧ ହଜାର ୮୫ କୋଟି, ପ୍ରବାସୀ ଓଡିଆ ଓ ସମ୍ପର୍କ ପାଇଁ ୧୦ କୋଟି, ରେଳ ପକଳ୍ପ ଉନ୍ନତିକରଣ ପାଇଁ ୩୦୦ କୋଟି, କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ୯୪୩ କୋଟି, ଉକ୍ରୃଷ୍ଠ କ୍ରୀଡାବିତ୍ଙ୍କୁ ସହାୟତା ୧୦ କୋଟି, କ୍ରୀଡା ପ୍ରତିଯୋଗିତା ଆୟୋଜନ ୮୦ କୋଟି, ସାଂସ୍କୃତିକ ଅନୁଷ୍ଟାନ ଅନୁଦାନ ୭୭ କୋଟି, ବେସାମରିକ ବିମାନ ଚଳାଚଳ ପାଇଁ ୩୮୨ କୋଟି, ରହିଛି ଯୋଜନା ।
ସେହିପରି ପଞ୍ଚସଖା ଶିକ୍ଷା ସେତୁ ଯୋଜନା -୧୪୦ କୋଟି । ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ସାଇକେଲ ଯୋଗାଇ ଦିଆଯିବା ପାଇଁ ୧୯୩ କୋଟି ।ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ପାଇଁ ୧୯୪ କୋଟି । ସ୍କୁଲ ଶିକ୍ଷା ପାଇଁ ୩୧ ହଜାର କୋଟିରୁ ଅଧିକ । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ୭ ହଜାର ପ୍ରାଥମିକ ବିଦ୍ୟାଳୟ ଉନ୍ନତିକରଣ ପାଇଁ ୨୨୬୦ କୋଟି । ଆମ କୁନି ପିଲା ଅଭିଯାନ ପାଇଁ ୮ କୋଟି । ଯୋଶଦା ଅଧୀନରେ ଆଶୀର୍ବାଦ ନାମକ ଉପ ଯୋଜନା ପାଇଁ ୮୩ କୋଟି । କର୍କଟ ଚିକିତ୍ସା ପାଇଁ ୨୭୦ କୋଟି । ନୂଆ ଓଡ଼ିଶା ଯୋଜନା ପାଇଁ ୧୩୫ କୋଟି । ୱାର୍ଲଡ଼ ସ୍କିଲ ସେଣ୍ଟର ପାଇଁ ୧୨୩ କୋଟି । ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ୧୧୮୦ କୋଟି ।