ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସମାଜ ସେବା ପାଇଁ ଆଗେଇଆସନ୍ତି ., ନିଜ ପାଖରେ କୋଟି କୋଟି ଟଙ୍କା ଥାଇ ବି ଲୋକେ ବେସାହାର ଓ ଅଭାବୀ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି.. ହେଲେ ସମାଜ ସେବା କରିବାକୁ ହେଲେ ଟଙ୍କା ନୁହେଁ ମନୋବଳ ଦୃଢ ଥିବା ଆବଶ୍ୟକ ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଏହି ୬୦ ବର୍ଷିୟା ମହିଳା ଲକ୍ଷ୍ମୀ ଗୌତମ .. ପେଶାରେ ସେ ଜଣେ ଅଧ୍ୟାପିକା ଅଟନ୍ତି |
ରାସ୍ତାରେ ରହୁଥିବା ବେସାହାରା ମହିଳା ମାନଙ୍କୁ ବଞ୍ଚିବାର ରାସ୍ତା ସେ ଦେଖାଇଛନ୍ତି ..,
ତାଙ୍କର ମିଶନ ରହିଛି ଯେ ରାସ୍ତାରେ କୌଣସି ବିଧବା ମହିଳା ଓ ବେସାହାର ମହିଳା ନରୁହନ୍ତୁ । ବୃନ୍ଦାବନ ରାସ୍ତାରେ ରୋଗୀଣା ଏବଂ ବେସାହାର ମହିଳା ମାନଙ୍କୁ ଦେଖିଲେ ସେ ତାଙ୍କ ଘରକୁ ନେଇଯାଆନ୍ତି ଓ ପେଟ ଭରିବା ପାଇଁ ଖାଦ୍ୟ . ଔଷଧ ସହ ବଞ୍ଚିବା ପାଇଁ ନୂଆ ଦିଗ ଦେଖାନ୍ତି
ତାଙ୍କର ସଂସ୍ଥା କନକଧାରା ମାଧ୍ୟମରେ ସେ ସମସ୍ତ ବୃଦ୍ଧାଙ୍କର ଅନ୍ତିମସଂସ୍କାର ମଧ୍ୟ କରୁଛନ୍ତି .., ଆଉ ଏହି ମହତ କାମ ପାଇଁ ତାଙ୍କୁ ଏନଜେଲ ଅଫ ବୃନ୍ଦାବନ ବୋଲି ମଧ୍ୟ କୁହାଯାଏ,.,.
ସାଧାରଣତଃ ବହୁ ସମୟରେ ଦେଖାଯାଇଥାଏ କି ବିଧବା ହୋଇଗଲେ ମହିଳା ମାନଙ୍କୁ ପରିବାର ଲୋକେ ଅଣଦେଖାକରନ୍ତି ତାଙ୍କୁ ଏକାକୀ ଛାଡିଦିଅନ୍ତି | ଆଉ ବିଧବା ମହିଳାମାନେ ଅନ୍ୟ ଉପାୟ ନପାଇଁ ମୋକ୍ଷ ପ୍ରାପ୍ତି ପାଇଁ ବୃନ୍ଦାବନକୁ ଚାଲିଆସନ୍ତି |ହେଲେ ଘର ଦ୍ୱାର କିଛି ନଥିବାରୁ ରାସ୍ତା କଡରେ ରହି ଭିକ ମାଗନ୍ତି , ଆଉ ଯାହା ମିଳେ ସେତିକି ଖାଇ ରାସ୍ତା କଡରେହିଁ ଶୋଇପଡନ୍ତି ।
ରୋଗରେ ପିଡିତ ହୋଇ ଶେଷରେ ମୃତ୍ୟୁବରଣ କରିଥାନ୍ତି ଆଉସେହି ମହିଳା ମାନଙ୍କର ଅନ୍ତିମସଂସ୍କାର କରିଥାଆନ୍ତି ଲକ୍ଷ୍ମୀ .., ଏହାରି ଭିତରେ ୧୦୦୦ ରୁ ଅଧିକ ବିଧବା ମହିଳା ମାନଙ୍କର ବିଧି ବିଧାନ ସହିତ ଅନ୍ତିମସଂସ୍କାର କରିଥାଆନ୍ତି.. ଆଉ ଏଭଳି କାମ ପାଇଁ ନାରୀ ଶକ୍ତି ପାଠ୍ୟଗାରରୁ ତାଙ୍କୁ ସମ୍ମାନୀତ କରାଯାଇଛି । ଏତେ ପାଠ ପଢିବା ପରେ ବି ଆରମଦାୟକ ଜୀବନ ଛାଡି ସେ ନିଜକୁ ସମାଜର ମଙ୍ଗଳ କାମପାଇଁ ସର୍ମପଣ କରିଦେଇଛନ୍ତି ।