ଲଖନପୁର ବ୍ଲକର ସୁଲପାଲି-ପିପିଲିକାନୀ ମଧ୍ୟରେ ଏକ ନିର୍ମାଣାଧୀନ ବିଦ୍ୟୁତ ଟାୱାର ଭାଙ୍ଗି ଯିବାରୁ ୫ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏହି ଘଟଣା ଚାଲିଛି। ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର କାମ ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିଲା।ଟାୱାରଟି ଭାଙ୍ଗି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିବା ଯୋଗୁ ୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବେଲପାହାଡ଼ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।