<h3>ପାରାଦୀପ,୨୩/୦୪/୨୪: ପାରାଦୀପ ବନ୍ଦର ସ୍କ୍ୱାଡ ବର୍ଥରେ ଅଘଟଣ। ବିଦେଶୀ ଜାହାଜରୁ ମିଳିଲା ଶ୍ରମିକଙ୍କ ମୃତ ଦେହ। ପାରାଦୀପ ପୋର୍ଟ ଏ ସ୍ କୀୟୁ ବର୍ଥରେ ଲାଗିଛି ଏହି ଜାହାଜ । ଶ୍ରମିକଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଜାହାଜର ହ୍ୟାଚରେ ଶ୍ୱାସରୋଧ ହୋଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପନ୍ୟ ଖଲାସ ପରେ ଶ୍ରମିକ ଜଣକ ଜାହାଜର ହ୍ୟାଚ୍ ରୁ ବାହାରି ନଥିବା ବେଳେ ହ୍ୟାଚର କଭର ଦିଆଯାଇଥିବାରୁ ଏପରି ଅଘଟଣ ଘଟିଛି ବୋଲି ଅନ୍ୟ ସାଥି ଶ୍ରମିକ ମାନେ ସନ୍ଦେହ କରୁଛନ୍ତି। ଶ୍ରମିକ ଜଣକ ସ୍ଥାନୀୟ ଏକ ସ୍ତିବିଡୋର୍ ସଂସ୍ଥା ଅଧୀନରେ କାମ କରୁଥିଲେ ତାଙ୍କ ଘର ବଡମ୍ବା ନରସିଂହପୁର ର ବିଭୂତି ବାରିକ ବୋଲି ସୂଚନା ମିଳିଛି। ସୂଚନା ମୁତାବକ, ସ୍କ୍ୱାଡ ବର୍ଥରେ ଏକ ବିଦେଶୀ ଆଇରନ ବୋଝେଇ ଜାହାଜ ଲାଗିଥିଲା ତେବେ ହ୍ୟାଚ୍ ଭିତରକୁ ବିଭୂତି ସଫା କରିବା ପାଇଁ ଯାଉଥିବା ବେଳେ ସିଡିରୁ ଗୋଡ଼ ଖସି ବାଡେଇ ହେଇ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଘଟଣା ପ୍ରଚାର ହେବା ପରେ ଉଓଝୠର ଅଗ୍ନିଶମ ବିଭାଗ ପୋର୍ଟ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଅନ୍ୟ ପଟେ ଘଟଣାକୁ ଗୁରୁତର ସହ ନେଇଛି ମେରାଇଁନ ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ଛାନଭିନ ଆରମ୍ଭ କରିଦେଇଛି ।</h3>