କେନ୍ଦ୍ରାପଡ଼ା : ସାଇବର ଠକେଇର ଶିକାର ହେଲେ ଡାକ୍ତର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବାଦଲ ମହାନ୍ତି ସାଇବର ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି । ବିଟ୍ କଏନରେ ୧୧ ଲକ୍ଷ ଟଙ୍କା ଲଗାଇ ସେ ଠକାମୀର ଶିକାର ହୋଇଥିବା ନେଇ ଜଣାପଡ଼ିଛି । କଟକ କ୍ରାଇମବ୍ରାଞ୍ଚର ସାଇବର ସେଲରେଏନେଇ ସେ ଅଭିଯୋଗ କରିଛନ୍ତି । ଡାକ୍ତର ଜଣକ ରାଜକନିକା ବ୍ଲକ ବଡ଼ଆମ୍ବିଳା ଗାଁର ବୋଲି ଜଣାପଡିଛି । ଅଭିଯୋଗ ପରେ ସାଇବର ସେଲ ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଲକ୍ଡାଉନ ସମୟରେ ଅଧିକ ସାଇବର ଠକେଇ ହେଉଛି ବୋଲି କିଛି ଦିନ ପୂର୍ବରୂ ପୋଲିସ ଡିଜି ଅଭୟ ସୂଚନା ଦେଇଥିଲେ । ଏହାସହ ସେ କହିଥିଲେ ଲକ୍ଡାଉନ ଯୋଗୁଁ ଅନ୍ଲାଇନ୍ କାରବାର ବଢ଼ିଛି । ତେଣୁ ସାଇବର ଲୁଟେରାଙ୍କୁ ଲୁଟ୍ କରିବ ପାଇଁ ସୁଯୋଗ ମିଳୁଛି । ତେବେ ଗତ ୯ ତାରିଖରେ ସାଇବର ସେଲ୍କୁ ଏକ ବଡ଼ ସଫଳତା ମିଳିଥିବା ଦେଖାଯାଇଛି । ଜଣେ ବ୍ୟକ୍ତିଙ୍କଠାରୁ ସାଇବର ଲୁଟେରା ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ବେଳେ ସାଇବର ସେଲ ସେହି ଟଙ୍କା ଫେରାଇ ଆଣିଛି ।