ବାତ୍ୟା ଆଶ୍ରୟ ସ୍ଥଳରେ ରନ୍ଧା ଖାଦ୍ୟ ବଣ୍ଟନକୁ ନେଇ ମହିଳା ସରପଞ୍ଚଙ୍କୁ ଆକ୍ରମଣ ଥାନାରେ ଅଭିଯୋଗ | ଏଭଳି ଘଟଣା ଦେଖିବାକୁ ମିଳିଛି ବିଞ୍ଝାରପୁର ଥାନା ଅନ୍ତର୍ଗତ ରଣପୁର ପଞ୍ଚାୟତର କଣ୍ଟିପୁର ଠାରେ | ସୂଚନା ମୁତାବକ 25 ତାରିଖରେ ରଣପୁର ପଞ୍ଚାୟତ ଅଧିନସ୍ଥ କଣ୍ଟିପୁର ଠାରେ ବାତ୍ୟା ଆଶ୍ରୟ ସ୍ଥଳରେ ଥିବା ଲୋକଙ୍କୁ ଭେଟିବାକୁ ସରପଞ୍ଚ ରିୟଙ୍କା ଜେନା ଯାଇଥିବା ବେଳେ କେତେ ଲୋକ ରନ୍ଧା ଖାଦ୍ୟ ପାଇଁ ସରପଞ୍ଚ ରିୟଙ୍କା ଜେନାଙ୍କ ସହିତ ଗଣ୍ଡଗୋଳ କରିବା ସହିତ ତାଙ୍କୁ ଆକ୍ରମଣ କରିଥିଲେ | ଏନେଇ ରିୟଙ୍କା ଜେନା ରବିବାର ଦିବା 12 ଘଟିକା ସମୟରେ ସ୍ଥାନୀୟ ଥାନା ଦ୍ବାରସ୍ଥ ଗୋଇ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।