ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ତାଙ୍କ ବିୟୋଗରେ ବିଜେପିର କର୍ମକର୍ତ୍ତା ସହ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି କୁଞ୍ଜବିହାରି ଦାସ ଙ୍କ ନେତୃତ୍ବରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଉପସ୍ଥିତ ରହିଥିଲେ । ସ୍ବର୍ଗତ ପ୍ରଧାନଙ୍କ ରାଜନୈତିକ ବିଷୟ ଓ କାର୍ଯ୍ୟ ବିଷୟରେ ଅତିଥି ବୃନ୍ଦ ଅଭିଭାଷଣ ରଖିଥିଲେ । ସେ ମନ୍ତ୍ରୀ ଥିବା ସମୟରେ ନବରଙ୍ଗପୁର ଜିଲ୍ଲାରେ ରାସ୍ତା ନିର୍ମାଣ ,ଉମରକୋଟ ଠାରେ କୃଷି ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରିଥିଲେ ଓ ସେ ଜଣେ ଉଚ୍ଚ କୋଟିର ରାଜନେତା ରହିଥିଲେ ବୋଲି ପୂର୍ବତନ ସାଂସଦ ପର୍ଶୁରାମ ମାଝୀ କହିଛନ୍ତି । ରାଜନୈତିକ କ୍ଷେତ୍ରରେ ଆସିବା ଦିନଠାରୁ ଓଡିଶା ପାଇଁ ଟଙ୍କାର ଅଭୂତ ଅବଦାନ ଥିବା ସଭାପତି କହିଛନ୍ତି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲାର ଶତାଧିକ ବିଜେପି କର୍ମୀମାନେ ଓ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ ।