ଏନ୍ଏନ୍ଏସ ଓଡିଆ, ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିର ୩୮ଜଣିଆ ଦଳ ଘୋଷଣା କରାଯାଇଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂତନ ଜାତୀୟ ଉପାଧ୍ୟକ୍ଷ ଏବଂ ସାଧାରଣ ସଂପାଦକଙ୍କ ନାମ ଘୋଷଣା କରାଯାଇଛି । ବୈଜୟନ୍ତ ପଣ୍ଡା ପୁଣି ହେଲେ ବିଜେପି ର।ଷ୍ଟ୍ରୀୟ ଉପାଧ୍ୟକ୍ଷ । ରଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ୩୮ ଜଣିଆ ନୂଆ ଟିମରେ ପୁଣି ସ୍ଥାନ ପାଇଲେ ବୈଜୟନ୍ତ ପଣ୍ଡା । ତୃତୀୟ ଥର ଲାଗି ସେ ବିଜେପିର ର।ଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ପାଇବାରେ ସକ୍ଷମ ହୋଇଛନ୍ତି । ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂତନ ଜାତୀୟ ଉପାଧ୍ୟକ୍ଷ ଏବଂ ସାଧାରଣ ସଂପାଦକଙ୍କ ନାମ ଘୋଷଣା କରାଯାଇଛି । ରଷ୍ଟ୍ରୀୟ ଉପଧ୍ୟକ୍ଷ ଭାବରେ ଓଡିଶାର ବୈଜୟନ୍ତ ପଣ୍ଡାଙ୍କ ବ୍ୟତୀତ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଦରା ରାଜେ ସିନ୍ଧିଆ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂ, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ସୌଦାନ ସିଂ ପ୍ରମୁଖଙ୍କୁ ନିଯୁକ୍ତ କରାଯାଇଛି । ଏହା ବ୍ୟତୀତ କୈଳାସ ବିଜୟବର୍ଗୀୟ, ଅରୁଣ ସିଂ ଏବଂ ତରୁଣ ଚୁଗଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି ।ଏହି ନୂଆ ଦଳରେ ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ୮ ଜଣ ରାଷ୍ଟ୍ରୀୟ ମହାମନ୍ତ୍ରୀ ଏବଂ ୧୩ ଜଣ ରାଷ୍ଟ୍ରୀୟ ସଚିବ ହୋଇଛନ୍ତି। ଏହା ସହିତ ଜଣେ ଲେଖାଏ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ, ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ, କୋଷାଧ୍ୟକ୍ଷ ଓ ସହ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।