ବହୁ ପ୍ରତିକ୍ଷାର ଅନ୍ତ ଘଟିଛି, ଜିଏ ଦିନେ ଧୋଇଥିଲା ଶେଷରେ ତାରି ଶିବିରରେ ମୁଣ୍ଡ ଗୁଞ୍ଜିଛନ୍ତି ପ୍ରଶାନ୍ତ । ପ୍ରଶାନ୍ତ ଜଗଦେବ, ଓଡ଼ିଶା ରାଜନୀତି ଏକ ଏମିତି ଚେହେରା, ଯିଏ ଚର୍ଚ୍ଚାତ ଖୁବ ସାଉଟିଛିନ୍ତି, ଯେତିକି ଚର୍ଚ୍ଚିତ ସେତିକି ଲାଞ୍ଛିତ ମଧ୍ୟ ହୋଇଛନ୍ତି । 2022 ମସିହା ମାର୍ଚ 12 ତାରିଖ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବାଣପୁର ବ୍ଲକ ଅଫିସ ଆଗରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ ମାରିବାକୁ ଉଦ୍ୟମ କରିବା ସହ ପରେ ୨ଟି ଅପରାଧିକ ମାମଲାରେ ପ୍ରଶାନ୍ତ ଜେଲ ମଧ୍ୟ ଜାଇଥିଲେ ।
ତେବେ ସେନେଇ ଯେଉଁ ଓଡିଶା ବିଜେପିର କର୍ମୀଙ୍କୁ ଗଳା ଧକ୍କା ମାରି ପ୍ରଶାନ୍ତ ଜଗଦେବ ଲହୁଲୁହାଣ କରିଥିଲେ ବୋଲି ଦଳୀୟ ନେତା ଓ କର୍ମୀ ପ୍ରତିବାଦ କରୁଥିଲେ, ଆଜି କିଭଳି ତାଙ୍କ ପିଠି ଥାପୁଡାଇଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି । ତେବେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ କହିବା ମୁତାବକ ଜନବିରୋଧୀ କାର୍ଯ୍ୟ ପାଇଁ ଯାହାଙ୍କୁ ବିଜେଡି ଦଳରୁ ବାହାର ରାସ୍ତା ଦେଖାଉଛି ସେମାନଙ୍କୁ ଓଡିଶା ବିଜେପି ସାଦରରେ ଗ୍ରହଣ କରିନେଉଛି । ଏବେ ଓଡିଶା ବିଜେପି ନେତା ଖାସ କରି ପୃଥୀରାଜ ହରିଚନ୍ଦନ ଓ ଅନ୍ୟ ମାନେ ଯିଏ ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ବିଷ ବାନ୍ତି କରୁଥିଲେ, ସେମାନେ ନିଜ କର୍ମୀଙ୍କୁ କଣ ଉତ୍ତର ଦେବେ? ବୋଲି କହି ବିଜେପିକୁ ସିଧା ପ୍ରଶ୍ନ କରିଛି ବିଜେଡି ।