ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୫.୦୨): ବିଜେଡି ନେତାଙ୍କୁ ସତର୍କ କଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର। ବିଜେଡିର ଦ୍ୱିତୀୟ ଏବଂ ତୃତୀୟ ଧାଡ଼ି ନେତାଙ୍କୁ ସତର୍କ କଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର। ସେ କହିଛନ୍ତି ଯେ ଦ୍ୱିତୀୟ ଏବଂ ତୃତୀୟ ଧାଡ଼ି ନେତାଙ୍କର ନବଙ୍କ ଭଳି ଅବସ୍ଥା ହୋଇପାରେ, ଆଜି ନବ ତ କାଲି ଆଉ କିଏ, ଯିଏ ସତ କହିବାକୁ ଚାହୁଁଛନ୍ତି, ତାଙ୍କ ସ୍ୱର ଦବେଇ ଦିଆଯାଉଛି। ସେ ଏଏସଆଇ ଗୋପାଳ ମାରିନି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ଆଗାମି ଦିନରେ ଏହି ପ୍ରସଙ୍ଗକୁ କଂଗ୍ରେସ ବିଧାନସଭାରେ ଉଠାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।
କଂଗ୍ରେସ ପରେ ବରିଷ୍ଠ ନେତା ବିଜୟ ମହାପାତ୍ର ନବ ଦାସଙ୍କ ହତ୍ୟାର ତଦନ୍ତ ପ୍ରକ୍ରିୟାକୁ ନେଇ ପୁଣି ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ବୋଧହୁଏ ସରକାର ଚାହୁଁଛନ୍ତି ସତ ସାମନାକୁ ନଆସୁ । ତଦନ୍ତ ଯେମିତି ଗୋଟିଏ ଜାଗାରେ ଅଟକି ଯାଇଛି । କେଉଁ ପରିସ୍ଥିତିରେ ଓ କାହିଁକି ମାରିଲା ତାହା ସ୍ପଷ୍ଟ କରି ପାରୁନି କ୍ରାଇମବ୍ରାଂଚ । ତେଣୁ ସମସ୍ତ ସନ୍ଦେହ ବଢ଼ିବାରେ ଲାଗିଛି ।