ରାଜ୍ୟସରକାର ବିକାଶର ନାରା ଦେଉଥିବା ବେଳେ ନିଜ ଦଳର ନେତାମାନେ ନିଜ ନିଜ ଅଞ୍ଚଳରେ ନିଜର ଦବଦବା ଦେଖାଇ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରୁ ଚାନ୍ଦା ଆଦାୟ କରିବା ସହ ବିକାଶ କାର୍ଯ୍ୟରେ ବାଧକ ସାଜୁଥିବାର ଦେଖିବାକୁ ମିଳୁଛି । ତେବେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ର, ଏ.ଆର.ଏସ.ଏସ୍ କମ୍ପାନୀକୁ ଦାଦାବଟି ମାଗିବା ଏବଂ ଗଣ୍ଡଗୋଳ କରିବା ଘଟଣାକୁ ୧୪ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛି କେନ୍ଦୁଝର ଜିଲ୍ଲାର ଭାରତୀୟ ଜନତା ପାର୍ଟ