<h3>୨୦୨୪ ନିର୍ବାଚନରେ ବିଜେଡି ପରାଜିତ ହେବା ପରେ ପାଣ୍ଡିଆନଙ୍କୁ ନେଇ ଅନେକ ବାଦ ବିବାଦ ଚାଲିଥିଲା । ସାଧାରଣରେ ଚର୍ଚ୍ଚା ହେଉଥିଲା ଯେ, ବିଜେଡି ଯଦି ଆଜି ପରାଜୟ ବରଣ କରିଛି ତେବେ ସେଥିପାଇଁ କେବଳ ଜଣେ ବ୍ୟକ୍ତି ହିଁ ଦାୟୀ ସେ ଆଉ କେହି ନୁହଁନ୍ତି ନବୀନଙ୍କ ଅତି ବିଶ୍ୱସ୍ତ ବ୍ୟକ୍ତି ଶ୍ରୀ ଭି କେ ପାଣ୍ଡିଆନ । ତେବେ ଏହାରି ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବାକୁ ଯାଇ କହିଛନ୍ତି ଯେ, ସେ ପରାଜୟ ସ୍ୱୀକାର କରୁଛନ୍ତି ଆଉ ଏଥିପାଇଁ ପାଣ୍ଡିଆନ ବାବୁ ଦାୟୀ ନୁହଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାଣ୍ଡିଆନ ବାବୁ କୌଣସି ପଦବୀରେ ନାହାଁନ୍ତି କି ସେ ନିର୍ବାଚନ ମଧ୍ୟ ଲଢି ନାହାଁନ୍ତି । ପାଣ୍ଡିଆନ ବାବୁ ମୋର ଉତ୍ତରାଧିକାରୀ ନୁହେଁ, ମୋର ଉତ୍ତରାଧିକାରୀ ରାଜ୍ୟବାସୀ ବାଛିବେ । ରାଜ୍ୟବାସୀ ମୋତେ ବାରମ୍ବାର ମୁଖ୍ୟମନ୍ତ୍ରୀ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଆଗକୁ ମଧ୍ୟ ଏମିତି ହିଁ ସେବା ଜାରି ରଖିବି ।</h3>