ଆଜି ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ । ଏହି ଅବସରରେ ଦଳର ନେତାମାନେ କେନ୍ଦ୍ରର ଓଡିଶାପ୍ରତି ଅବହେଳା ରାଜ୍ୟ ବିକାଶରେ ବାଧକ ସାଜିଛି ବୋଲି କହିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ପାଖରୁ ଆରମ୍ଭ କରି ମହାମାରୀ କରୋନାର ମୁକାବିଲା ପର୍ଯ୍ୟନ୍ତ ସବୁଥିରେ ରାଜ୍ୟ ସରକାର ଓଡିଶାବାସୀଙ୍କୁ ସୁରକ୍ଷା ଦେଇଛନ୍ତି ।କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଜୁ ଜନତା ଦଳ ସବୁ ବେଳେ ପ୍ରୟାସ କରି ଆସିଛି । ଚାଷୀକୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ପାଇଁ ଲଢେଇ ଜାରି ରହିବ । ଓଡ଼ିଶାର ସଂସ୍କୃତି ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ବୈଠକରେ ପ୍ରସ୍ତାବ ଦିଆଯାଇଛି |