ବିଜେଡିରେ କର୍ମୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତା, ବିଧାୟକ ସମସ୍ତେ ଦଳରେ ଅଣନିଃଶ୍ୱାସୀ ହୋଇ ପଡ଼ିଛନ୍ତି । ସମସ୍ତେ ଭୟଭୀତ ତଥା ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେଣୁ ଅନେକ ବିଜେଡି ବିଧାୟକ ଆମ ସଂପର୍କରେ ଅଛନ୍ତି । ଠିକ୍ ସମୟରେ ସେମାନେ ଠିକ୍ ନିଷ୍ପତ୍ତି ନେବେ। ଏପରି ମତବ୍ୟକ୍ତ କରି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ମୋ’ ଦେଶ, ମୋ’ ମାଟି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସୌମ୍ୟରଞ୍ଜନ ପଟ୍ଟନାୟକ ଙ୍କ ଉପରେ ଗତକାଲି ବିଜେଡିର ଆକ୍ସନକୁ ନେଇ ଆଜି ପୁଣି ଘେରିଛନ୍ତି ବିରୋଧୀ। ଏଥିସହ ସେ କହିଛନ୍ତି, ଓଡ଼ିଶା ରାଜନୀତିରେ ବିଚିତ୍ର ସ୍ଥିତି ଉପୁଜିବା ସହ ରାଜନୈତିକ ବ୍ୟବସ୍ଥା ନଷ୍ଟଭ୍ରଷ୍ଟ ହୋଇଗଲାଣି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ କେହି ଦିଶୁନାହାନ୍ତି ।
ତେଣୁ ଆଗାମୀ ନିର୍ବାଚନରେ ସରକାର ପରିବର୍ତ୍ତନ ପାଇଁ ଲୋକେ ସ୍ଥିର କରିଛନ୍ତି । ଦୁର୍ନୀତିକୁ ବିରୋଧ କରି ବିଜେପି ସରକାର କରିବାକୁ ଲୋକେ ନିଷ୍ପତ୍ତି ନେଇଛନ୍ତି ବୋଲି ମନମୋହନ ସାମଲ ଦୃଢୋକ୍ତି ପ୍ରକାଶ କରିଛନ୍ତି।