ବ୍ୟୁରୋ : ପୁଣି ଦଳ ଛାଡିଲେ ପ୍ରକାଶ । ପଦ୍ମ ଛାଡି ଶଙ୍ଖ ଫଙ୍କିଲେ ସାଲେପୁର ପୂର୍ବ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା । ବୁଧବାର ଭୁବନେଶ୍ବରରେ ବିଜେଡ଼ି କାର୍ଯ୍ୟାଳୟ ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ପ୍ରକାଶ । ଦୁଇ ଦିନ ତଳେ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।ତେବେ ଏଦଳ ଡିଆ ନେତାକୁ ୨୦୧୪ ମସିହାରେ ସେ କଂଗ୍ରେସ ପ୍ରାର୍ଥୀ ଥିଲା ।
ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ଭାଜପାର ପୂର୍ବତନ ସଭାପତି ପ୍ରକାଶ ଚନ୍ଦ୍ର ବେହେରା ଦଳରୁ ଇସ୍ତଫା ଦେବା ପରେ କେଉଁ ଦଳରେ ମିଶିବେ ବୋଲି ତାକୁ ନେଇ ଚର୍ଚ୍ଚା ଯୋର ଧରିଥିଲା ।ଏନେଇ ବର୍ତ୍ତମାନ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି ।ଏବେ ପ୍ରକାଶ ବିଜେପି ଶିବିର ଛାଡି ବିଜେଡିରେ ନିଜର ଡେରା ପକାଇଛନ୍ତି ।
ପ୍ରକାଶ ବିଜେଡିରେ ମିଶିବା ପରେ ସାଲେପୁର ଆସନ ପାଇଁ ବିଜେଡି ଟିକଟ କାହାକୁ ମିଳିବ ସେ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ସାଲେପୁର ଆସନ ପାଇଁ ପ୍ରକାଶ ଟିକେଟ ପାଇବେ ନା ଦଳ ପୂର୍ବରୁ ଏହି ଆସନର ପ୍ରାର୍ଥୀ ଥିବା ପ୍ରଶାନ୍ତ ବେହେରାଙ୍କୁ ଟିକେଟ ଦେବ ସେ ନେଇ ଅପେକ୍ଷା।