ଯାଜପୁର, ୦୯/୦୫/୨୪: ଯାଜପୁର ଜିଲ୍ଳା ରସୁଲପୁର ଅନ୍ତର୍ଗତ ବରୀ ନିର୍ବଚନ ମଣ୍ଡଳୀରେ ବିଜେଡ଼ି ଧୀରେ ଧୀରେ ଦୁର୍ବଳ ହେବାକୁ ବସିଲାଣି । ଦଳରୁ ବହୁ କର୍ମୀ ଦଳ ପରିତ୍ୟାଗ କରିବାକୁ ଆରମ୍ଭ କଲେଣି । ଏହି ପରିପେକ୍ଷୀରେ ବରୀ ନିର୍ବାଚନ ମଣ୍ଡଳୀର ତଥା ରସୁଲପୁର ବ୍ଳକର ୧୦ଗୋଟି ପଂଚାୟତର ବହୁ ଛାମୁଆ ନେତା ଓ କର୍ମୀ ଆଜି ସାମ୍ବାଦିକ ସମ୍ମିଳନୀ କରି ଦଳ ବିରୁଦ୍ଧରେ ବର୍ଷିଥିଲେ । ନେତା ଓ କର୍ମୀଙ୍କୁ ଦଳ ପକ୍ଷରୁ ଅବହେଲା ଓ ଅଣଦେଖା କରାଯାଇଥିବାରୁ ତାର ପ୍ରତିବାଦରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ଦାସ । ବିଜୁ ଜନତା ଦଳର ସଭାପତି ଏବଂ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ବ୍ରହ୍ମବରଦା ହାଟ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ତଥା ଯାଜପୁର ଜିଲ୍ଳା ନିର୍ମାଣ ଶ୍ରମିକ ସଙ୍ଘର ସଭାପତି ପ୍ରଦୀପ ଦାସ, ସମାନ୍ତରାପୁର ସମବାୟ ସମିତିର ସଭାପତି ବିଦ୍ୟାଧର କରଣ,ଦିଲ୍ଳିପ କୁମାର ସାହୁ, ବ୍ରହ୍ମବରଦା ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ସେକ୍ ଅବୁଲ କଲାମ, ଦେବବ୍ରତ ନାୟକ ଆଦି ସଦସ୍ୟ ମାନେ ନିଜ ନିଜ ପ୍ରାଥମିକତା ପଦର ଇସ୍ତଫା ପ୍ରଦାନ କରିଥିଲେ । ଖୁବ୍ ଶୀଘ୍ର ଅନ୍ୟଦଳରେ ଯୋଗଦାନ କରିବେ ବୋଲି ପ୍ରଦୀପ ଦାସ ସାମ୍ୟକ ସୂଚନା ଦେଇଥିଲେ । ଯଦି ଏହି ପରି ବିଜୁ ଜନତା ଦଳର ଛାମୁଆ ନେତା ଓ କର୍ମୀ ମାନେ ଦଳର ପରିତ୍ୟାଗ କରନ୍ତି ତେବେ ବରୀ ବିଜେଡ଼ି ପାଇଁ ମୁଣ୍ଡବିନ୍ଧାର କାରଣ ସାଜିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହି ସମ୍ମିଳନୀରେ ସାମନ୍ତରାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ମହାଳିକ, ରାଜେନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁଶାନ୍ତ ବେହେରା, ବରୀ ବିଜେପିର ଯୁବ ନେତା ଦେବଦଶି ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।