<h3>ଜଗତସିଂହପୁର, ୦୯/୦୫/୨୪:ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବାଲିକୁଦା ସ୍ଥିତ ମା ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ବିଜୁ ଛାତ୍ର ଜନତା ଦଳର ନିର୍ବାଚନି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପାଖରେ ଦୀପ ପ୍ରଜ୍ବଳନ କରି ସଭା ଆରମ୍ଭ କରାଯାଇଥିଲା। ଏହି ସଭାର ମୂଳ ଲକ୍ଷ୍ୟ ହେଉଛି, ଆଗାମୀ ନିର୍ବାଚନକୁ କିଭଳି ସଶକ୍ତିକରଣ କରିବା ବିଷୟରେ ଆଲୋକପାତ କରିଥିଲେ। ଏହି ସଭାରେ ଯୋଗଦେଇଥିଲେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ଜେନା, ବାଲିକୁଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଡ଼ଲି ପଣ୍ଡା, ଜଟାଧାରୀ ଦାସ, ତାପସ ନାୟକ ପାର୍ଥ ସାରଥି ରାଉତ,ଯୁବ ନେତା ସୌମ୍ୟ ରଂଜନ ମହାପାତ୍ର, ପ୍ରମୁଖ ଯୋଗ ଦେଇ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ପୁନର୍ବାର ମୁଖ୍ୟମନ୍ତ୍ରୀ କରିବାକୁ ହେଲେ ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ଜେନା ଏବଂ ସାଂସଦ ପ୍ରାର୍ଥୀନୀ ଡ଼ଃ ରାଜଶ୍ରୀ ମଲ୍ଲିକ ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦେଇ ନିର୍ବାଚିତ କରିବାକୁ ଆହ୍ବାନ ଦେଇଛନ୍ତି।</h3>