ମାର୍ଚ୍ଚ ପାଞ୍ଚ ତାରିଖକୁ ରାଜ୍ୟ ରେ ପଂଚାୟତିରାଜ ଦିବସ ରୂପେ ପାଳନ ନକରିବା ନିଷ୍ପତି କୁ ଘୋର ନିନ୍ଦା କରିଛି ବିଜୁ ଜନତା ଦଳ ଓ ଓଡିଶା ବାସି ଙ୍କୁ ଏହା ଉପହାସ ତଥା ବିଜୁ ବାବୁ ଙ୍କୁ ଅପମାନିତ କରାଯାଉଛି ବୋଲି ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଗୁରୁବାର ଏଠାରେ ଆୟୋଜିତ ପ୍ରତିବାଦ ସଭା ରେ କହିଛନ୍ତି ଓ ବିଜୁ ବାବୁ ଓଡିଶା ମାଟିର ଆଦର୍ଶ ର ପ୍ରତୀକ ତଥା ମହାନ ବ୍ୟକ୍ତିତ୍ୱ ତାଙ୍କର ଜନ୍ମଭୂମି, କର୍ମଭୂମି ପ୍ରତି ଅହେତୁକ ଶ୍ରଦ୍ଧା ଥିଲା ବୋଲି କହିଛନ୍ତି ଓ ଗୁରୁବାର ଶ୍ରୀ ସ୍ୱାଇଁ ଙ୍କ ନେର୍ତୁତ୍ୱରେ ବହୁ ବିଜୁପ୍ରେମୀ ହାତରେ ପ୍ଲାକାଡ଼, ପୋଷ୍ଟର ଧରି ସହର ରେ ପ୍ରତିବାଦ କରିବା ସହ ବର୍ତ୍ତମାନ ସରକାରଙ୍କ ଏତାଦୃଶ କାର୍ୟ୍ୟ କୁ ନିନ୍ଦା କରିଥିଲେ ଓ