ଢେଙ୍କାନାଳ,(ଏନଏନଏସ ଓଡ଼ିଆ /୦୫.୦୩): ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଗୁଡିଆନାଳି ନିକଟରେ ଥିବା ନର୍ସିଂ ହୋମକୁ ପ୍ରଶାସନ ସିଲ କରିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ ବ୍ୟାପକ ହେରଫେର ଓ ଚିକିତ୍ସାରେ ଅବହେଳା କରୁଥିବା ନେଇ ରହିଛି ଅଭିଯୋଗ ।ନକଲି ଦସ୍ତଖତ କରାଇ ନର୍ସିଂହୋମର ଡାକ୍ତର ଟଙ୍କା ହଡପ କରୁଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲା । ଏହାପରେ ଖବର ପାଇ ସିଡିଏମଓ ନିଜେ ଚଢାଉ କରି କିଛି ନକଲି ଡକ୍ୟୁମେଣ୍ଟ୍ ଜବତ କରିଛନ୍ତି । ଚଢାଉ ସମୟରେ ଜଣେ ଡିଏସପି ଓ ଜଣେ ଉପଜିଲ୍ଲାପାଳ ମଧ୍ୟ ସାମିଲ ହୋଇଥିଲେ ।