ଭୁବନେଶ୍ୱର : ସଟଡାଉନରେ ଲୁଟେରା ସକ୍ରିୟ। ରାଜଧାନୀରେ ଲକଡାଉନର ସୁଯୋଗରେ ମାତିଛନ୍ତି ଲୁଟେରା । ଦୋକାନର ତାଲା ଭାଙ୍ଗି ଲୁଟିଲେ । ଏପରି ଘଟଣା ଘଟିଛି ସହିଦ ନଗର ବିଏମସି ମଲ୍ ସାମ୍ନାରେ ଥିବା ଏକ ଗ୍ରୋସରି ଦୋକନରେ । ଶନିବାର ବିଳମ୍ବିତ ରାତିରେ ଦୋକାନରୁ ଲୁଟ୍ ହୋଇଛି । ଲୁଟେରାମାନେ ପ୍ରାୟ ୩ ଲକ୍ଷ ଟଙ୍କାର ସାମଦ୍ରୀ ଲୁଟି ନେଇଥିବା ସୂଚନା ମିଳିଛି । ଦୋକାନ ମାଲିକ ଜିତେନ୍ଦ୍ର ରାଉତ ଅଭିଯୋଗ କରିଛନ୍ତି ଯେ, ପଖାପକ୍ଷୀ ୩ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଜିନିଷ ଲୁଟେରାମାନେ ଲୁଟି ନେଇଛନ୍ତି । ଦୋକାନୀଙ୍କ ଅଭିଯୋଗ ପରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣା ସ୍ଥଳରୁ ଜଣେ ବ୍ୟକ୍ତି ଓଟୋ ରେ ଜିନିଷ ବୋହି ନେଉଥିବା ବେଳେ ପୋଲିସ ଅଟକ ରଖିଛି ।