ବିଧାନସଭାରେ ଗତ କାଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ସରକାର ଦଳର ବିଧାୟକ କଲର ଧରି ଗାଳି କରିବା ଓ ନିଲମ୍ବନ କରିବା ନେଇ ଆଜି ନବରଙ୍ଗପୁର ଛାତ୍ର କଂଗ୍ରେସ ବିକ୍ଷପ ପ୍ରଦର୍ଶନ କରିଛି । ବିଧାୟକ ଜୟନାରାୟଣ ମିଶ୍ର ଓ ମନ୍ତ୍ରୀ ମହାଲିଙ୍ଗ ଙ୍କ ଇସ୍ତଫା ଦାବି ତାଙ୍କ କୁଶ ପୁତଳିକା ଦାହ କରିଛି ଛାତ୍ର କଂଗ୍ରେସ । ପବିତ୍ର ଗୃହରେ ସରକାର ଦଳର ବିଧାୟକ ମାନେ ଯେଉଁ ପ୍ରକାର ବ୍ୟବହାର ବିରୋଧୀ ଦଳର ନେତା ମାନଙ୍କୁ କରିଛନ୍ତି ତାହା ଏକ ନିନ୍ଦନୀୟ କାର୍ଯ୍ୟ ବୋଲି ଜାତୀୟ ଛାତ୍ର କଂଗ୍ରେସ ସମ୍ପାଦକ ମନୀଷା ତ୍ରିପାଠୀ କହିବା ସହ ତାଙ୍କ ଇସ୍ତଫା ଦାବି କରିଛନ୍ତି । କଂଗ୍ରେସ ତରଫରୁ ବିଧାୟକ ଜୟନାରାୟଣ ଓ ମନ୍ତ୍ରୀ ମହାଲିଙ୍ଗ ଙ୍କ ଫୋଟ ଜାଳି ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଶୀଘ୍ର ବିଧାୟକ ବାହିନୀପତି ଙ୍କ ନିଲମ୍ବନ କୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି ।