ସ୍ୱର୍ଗଦ୍ୱାରରେ ଶବଦାହକୁ ନେଇ କଟକଣା । କୋରନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାର ୨୬ ତାରିଖରୁ ଏହି କଟକଣା ଲାଗୁ କରାଯବ ବୋଲି ସୂଚନା ମିଳିଛି । କରୋନାର ପ୍ରଥମ ଲହରୀରେ ମଧ୍ୟ ସ୍ୱର୍ଗଦ୍ୱାରରେ ଶବଦାହ ନେଇ କଟକଣା ଜରି କରାଯାଇଥିଲା । ପୁରୀ ବାହାରର ଶବଦାହ ଉପରେ ଜିଲ୍ଲା ପ୍ରଶାସନ କଟକଣାଜାରି କରିଥିଲା । ଏହା ସହ କରୋନା ଆକ୍ରାନ୍ତଙ୍କ ଶବ ନୂଆନଈ ମୁହାଣ ନିକଟରେ ଦାହ କରାଯାଉଥିଲା ।