ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ସାଂସଦ ରାମସ୍ଵରୂପ ଶର୍ମାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଦିଲ୍ଲୀ ସ୍ଥିତ ବାସଭବନରୁ ସାଂସଦଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ସାଂସଦଙ୍କ ମୃତ୍ୟୁ ପରେ ବିଜେପି ସଂସଦୀୟ ଦଳ ବୈଠକ ବାତିଲ କରାଯାଇଛି। ଦିଲ୍ଲୀ ପୁଲିସ ଅନୁଯାୟୀ, ସକାଳ ୮ଟା ୩୦ରେ ରାମସ୍ଵରୂପ ଶର୍ମାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।