ଆଜି ହେଉଛି ବିଶ୍ୱ ଜଳ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୨୨ତାରିଖକୁ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ ପୁରୀ ନିଳାଦ୍ରୀ ବେଳାଭୂମୀରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକୃତୀ। ଏଥିରେ \”ଜଳ ହିଁ ଜୀବନ\” ଏଣୁ ଜଳ ବିନା ଜୀବନ ଅର୍ଥ ହିନ ବୋଲି ଦେଇଛନ୍ତି ନିଆରା ବାର୍ତ୍ତା। ଜଳର ଅପବ୍ୟବହାର ରୋକିବା ପାଇଁ ଏହି ବାଲୁକାକୃତୀ ଜରିଆରେ ବିଶ୍ୱବାସୀଙ୍କୁ ସଚେତନ କରାଇଛନ୍ତି ସୁଦର୍ଶନ। ବେଳାଭୂମୀରେ ଗଢିଥିବା ବାଲୁକାକୃତୀରେ ଏକ ବଡ ଜଳବୁନ୍ଦାଟିଏ ସହ ଜଳର ଅଭାବକୁ ନିଖୁଣ ଭାବେ ପ୍ରଦର୍ଶିତ କରିଛନ୍ତି। ଜଳର ଅପବ୍ୟବହାର ଯୋଗଁକ ପିଇବା ପାଣିର କିଭଳି କୁତ୍ରୀମ ଅଭାବ ଦେଖା ଦେଉଛି ତାହାର ଉଦାହରଣ ଏହା ମାଧ୍ୟମରେ ସଚେତନତା କରିଛନ୍ତି। ଏହି ବାଲୁକାକୃତୀ ମାଧ୍ୟମରେ SAVE WATERର ବାର୍ତ୍ତା କିଭଳି ବିଶ୍ୱବାସୀଙ୍କ ନିକଟରେ ପହଞ୍ଚି ପାରିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି।