<h3>ଜଳ ହିଁ ଜୀବନ..ଜଳ ବିନା ସବୁ ଅସଂପୂର୍ଣ୍ଣ .. ଟୋପେ ପାଣି ପାଇବା ପାଇଁ ବି କମ କଷ୍ଟ କରିବାକୁ ପଡିନଥାଏ | ହଁ ଆଞା ବାରମ୍ବାର ପ୍ରଶାସନ ପାଖରେ ଗୁହାରି କଲେ ବି ଗାଁରେ ପାଣି ସମସ୍ୟାର ସମାଧାନ ହୋଇପାରିନଥିଲା | ଫଳରେ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରି ରାସ୍ତା ମଝିରେ ଗରା ବାଲ୍ଟି ଲାଇନରେ ରଖିଦେଇଥିଲେ ,.. ଯାହାଫଳରେ ରାସ୍ତା ଦେଇ କୌଣସି ବି ଗାଡି ମଟର ଯାଇପାରିନଥିଲା | ରାସ୍ତାରେ ଲମ୍ବା ଲାଇନ ଧରି ବସ ଟ୍ରକ ଅଟୋ ସବୁ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା |</h3> <h3>ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଏକଡାଳ ଗ୍ରାମ ପଞ୍ଚାୟତର କୈବର୍ତ୍ତ ସାହିର ଗ୍ରାମବାସୀ ଦୀର୍ଘ ଦିନ ଧରି ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖିନ ହେଉଥିବା ନେ଼ଇ ଆଜି ନରସିଂହପୁର ନୟାଗଡ଼ ମୂଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଗ୍ରାମବାସୀଙ୍କ କହିବା କଥା ବାରମ୍ବାର ପ୍ରଶାସନ ଓ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ପିଇବା ପାଣିର ସମସ୍ୟାର ସମାଧାନ ହୋଇପାରିନାହିଁ। ଗତ କିଛି ଦିନ ତଳେ ଗ୍ରାମର ଶତାଧିକ ମହିଳା ନରସିଂହପୁର ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ।</h3> <h3>ବିଡିଓ ପ୍ରତିଶ୍ରୁତି ଦେଇଥିଲେ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ହେଲେ ଆଜିକୁ ୨୫ ଦିନ ହୋଇଥିଲେ ମଧ୍ୟ ପିଇବା ପାଣିର ସମସ୍ୟା ସମାଧାନ ନହେବା ଯୋଗୁଁ ବାଧ୍ୟ ହୋଇ ଆଜି ଗ୍ରାମବାସୀମାନେ ରାସ୍ତା ଅବରୋଧ କରାଯାଇଛି। ଏହି ରାସ୍ତା ଅବରୋଧ ଯୋଗୁଁ ସାଧାରଣ ଲୋକମାନଙ୍କର ଯାତାୟାତ କରିବାରେ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଘଟଣାସ୍ଥଳରେ କାନପୁର ପୋଲିସ୍ ଓ ନରସିଂହପୁର ବିଡ଼ିଓ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଜିଦ୍ ରେ ଅଟଳ ଅଛନ୍ତି ଗ୍ରାମବାସୀ, ପିଇବା ପାଣି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଗ୍ରାମବାସୀ।</h3>