ଓଡିଶାରେ ଥିବା କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର । ଏଥର ଓଡିଶାବାସୀ ଷ୍ଟାଡିୟମରେ ବସି ସିଧାସଳଖ ନେବେ ଆଇପିଏଲର ମଜା । ଓଡିଶାରେ ପୁଣି ଖେଳା ଯାଇପାରେ ଆଇପିଏଲ । କଟକ ବାରବାଟୀ ଷ୍ଟାଡିୟମରେ ପୁଣି ଥରେ ଦର୍ଶକ କ୍ରିକେଟର ମଜା ଉଠାଇ ପାରିବେ । ଚଳିତ ବର୍ଷ ଆଇପିଏଲ ସିଜିନରେ କଟକ ବାରବାଟୀ ଷ୍ଟାଡିୟମରେ ହୋଇପାରେ ଆଇପିଏଲ ମ୍ୟାଚ । ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀରେ ଖେଳିପାରନ୍ତି ମ୍ୟାଚ । ଦିଲ୍ଲୀ ତାର ପ୍ରଥମ ଦୁଇଟି ମ୍ୟାଚ ପୁନେ ଓ କଟକରେ ଖେଳିବ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ତେବେ ଦିଲ୍ଲୀ କ୍ୟାପିଟାଲ ବାରବାଟୀରେ କେତେଟି ମ୍ୟାଚ ଖେଳିବ ସେ ନେଇ କିଛି ଜଣା ପଡି ନାହିଁ । ଆରୁଣ ଜେଠଲି ଷ୍ଟାଡିୟମରେ ମହିଳା ଆଇପିଏଲ ର ଫ୍ୟାଇନାଲ ଖେଳାଯିବ । ତାର କିଛି ଦିନ ପରେ ପୁରୁଷ ଆଇପିଏଲ ମ୍ୟାଚ ଆରମ୍ଭ ହେବ । ଯେଉଁଥିପାଇଁ ଏତେ କମ ସମୟରେ ମଧ୍ୟରେ ଷ୍ଟାଡିୟମ ପୁଣି ଥରେ ଖେଳିବାକୁ ପ୍ରସ୍ତୁତ ହୋଇନଥିବ ସେଥିପାଇଁ ଏହାର ବିକଳ୍ପରେ କଟକ ବାରବାଟୀ ଷ୍ଟାଡିୟମକୁ ଚୟନ କରାଯାଇଛି ।
ତେବେ ଏନେଇ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ କିଛି ସୂଚନା ମିଳି ନାହିଁ । ବିଗତ ଦିନରେ ବାରବାଟୀରେ ୭ଟି ଆଇପିଏଲ ମ୍ୟାଚ ଖେଳାଯାଇଛି । ତେବେ ୨୦୧୪ରେ ଶେଷ ଥର ପାଇଁ ଖେଳାଯାଇଥିଲା ମ୍ୟାଚ । ତା ଭିତରେ ବିତିଗଲାଣି ୧୦ବର୍ଷ ତେବେ ଚଳିତ ବର୍ଷ ୨ଟି ଫେଜରେ ଆଇପିଏଲ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ଅନ୍ୟ ପକ୍ଷେ ଆଇପିଏଲ ଶେଷ ହେବାର କିିଛି ଦିନ ପରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବରୁ ଚଳିତ ଆଇପିଏଲରେ ଟିମ ଇଣ୍ଡିଆର ପ୍ରସ୍ତୁତି ବେଶ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି ।