କଟକ: କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା ପାଇଁ ୧୪୪ ଧାରା ଜାରି ହୋଇଛି। ଆସନ୍ତା ୧୧ ତାରିଖରେ ଶିବରାତ୍ରୀ ଥିବାବେଳେ ଏହି ବର୍ଷ ଜାଗରଯାତ୍ରା ଲାଗି ପୀଠରେ ୧୪୪ ଧାରା ଜାରି କରିଛି ପ୍ରଶାସନ। କେବଳ ପୂଜକ ମାନଙ୍କ ଦ୍ୱାରା ନୀତିକାନ୍ତି କରାଯାଇ ରାତି 12ଟା ପରେ ଉଠିବ ମହାଦୀପ। ଆଠଗଡ଼ ଉପଜିଲ୍ଲାପାଳ ଓ ପୂଜକଙ୍କୁ ନେଇ ଆୟୋଜିତ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଜାଗର ଯାତ୍ରା ପାଇଁ ଆଠଗଡ଼ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଧାରା ଜାରି କରାଯାଇଛି। ୧୧ ତାରିଖ ସକାଳ ୬ଟାରୁ ୧୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା ବଳବତ୍ତର ରହିବ। କେବଳ ପୀଠରେ ପୂଜକମାନଙ୍କ ଦ୍ୱାରା ନୀତିକାନ୍ତି କରାଯାଇ ରାତି ୧୨ଟା ପରେ ମହାଦୀପ ଉଠିବ।ଏନେଇ ଆଠଗଡ଼ ଉପଜିଲ୍ଲାପଳ ଅଜାମ୍ବର ମୋହାନ୍ତି କହିଛନ୍ତି “ଚଳିତ ଥର ଅଧିକ ଲୋକ ଭିଡ଼ି ଜମିବାର ସମ୍ଭାବନା ରହିଛି। ତେଣୁ ଭିଡ଼କୁ ପ୍ରତିହତ କରିବା ପାଇଁ ପୀଠରେ ୧୪୪ ଧାରା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ୧୧ ତାରିଖ ସକାଳ ୬ଟା ଠାରୁ ୧୨ ତାରଖ ସକାଳ ପର୍ଯ୍ୟନ୍ତ ଧାରା ଜାରି ରହିବ। ଠାକୁରଙ୍କ ନୀତିକାନ୍ତି ଠିକ୍ ଭାବେ ସମ୍ପାଦନ ହେବା ସହିତ ଆଇନ୍କାନୁନ୍ ବ୍ୟବସ୍ଥା ଠିକ୍ ରଖିବା ପାଇଁ ପୋଲିସ ଫୋର୍ସ ମୁତୟନ ହେବେ”। ଏବର୍ଷ ଏହି ସୁଯୋଗ ମିଳିବ ନାହିଁ। ମହାଶିବରାତ୍ରି ପାଇଁ ମଧ୍ୟ ଅନେକ କଟକଣା ରହିଛି। ବାହାର ଦୀପ ଦୋକାନୀ ଆସିପାରିବେ ନାହିଁ। ଭଜନ ସମାରୋହ ଉପରେ କଟକଣା ଜାରି କରାଯାଇଛି।ଶ୍ରୀଲୋକନାଥଙ୍କ ମନ୍ଦିରକୁ ପ୍ରବେଶ ସ୍ଥାନରେ ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ସହ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ବାଧ୍ୟତାତାମୂଳକ ରହିଛି। ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ,ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ।