ସୋରଡ଼ା ଶଶୀଭୁଷଣ ରଥ ଛକ ଠାରେ ଶୁକ୍ରବାର ମଧ୍ୟାର୍ହ୍ନ ରେ ଅନୁସୂଚିତ ଜାତି ଓ ଜନଜାତି ଅଧିକାର ସଭା ପକ୍ଷରୁ ଭାରତର ସମ୍ବିଧାନ ପ୍ରଣେତା,ଆଇନ ବିଶାରଦ,ପ୍ରଥମ ଆଇନ ଓ ନ୍ୟାୟ ମନ୍ତ୍ରୀ,ରାଜନୀତିଜ୍ଞ,ଅର୍ଥନୈତିଜ୍ଞ,ସମାଜ ସଂସ୍କାରକ,ଡ଼.ବାବା ସାହେବ ଭୀମରାଓ ରାମଜି ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଭାବେ କରାଯାଇଛି । ଭାରତର କୋଟି କୋଟି ଉତପୀଡ଼ିତ,ଶୋଷିତ, ନିଷ୍ପେସିତ ଦଳିତ ଓ ଆଦିବାସୀ ତଥା ସମସ୍ତ ବଂଚିତ ବର୍ଗଙ୍କ ରାଜନୈତିକ, ଅର୍ଥନୈତିକ, ସାମାଜିକ ଅଧିକାର ପାଇଁ ବାବାସାହେବ ସଂଘର୍ଷ କରିଥିଲେ। ବିଶେଷ କରି ତଥାକଥିତ ଉଚ୍ଚ ଜାତି ବର୍ଗଙ୍କ ଛୁଆଁ ଅଛୁଆଁ ଭେଦଭାବ ବିରୁଦ୍ଧରେ ସେ ସଂଗ୍ରାମ କରିଥିଲେବୋଲି ସାଥି ଜଗା ନାଯକ କହିଥିଲେ । ଏହି ସଭାରେ ମାନବଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲିକ, ଆବାହକ ଅବନୀ କୁମାର ଗୟା, ଚାଷୀ ମୂଲିଆ ସଂଘ, ଓଡିଶା ତାଜ୍ୟ ନେତା ନିରାକାର ନାୟକ,ଜିଲ୍ଲା କମିଟି ସଭ୍ୟ କୈଳାସ ମଲିକ, ବ୍ଲକ କମିଟି ନମଶିବା ନାଇକ, ମହୋନ ମଲିକ, ଅରକ୍ଷିତ ନାଇକ ଡ୍ରାଇବର ନାଇକ ପ୍ରମୁଖ ବକ୍ତବ୍ୟ ରଖିଥିଲେ।