ଝାରସୁଗୁଡା,(ଏନଏନଏସ ଓଡ଼ିଆ /୧୮.୦୩): ଉପନିର୍ବାଚନରୁ ଲଢିବା ପ୍ରସଂଗରେ ମତ ରଖିଛନ୍ତି ଦିବଙ୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ । ଗତକାଲି ଲଇକେରା ବ୍ଲକ ସାରଙ୍ଗାଲୋଇ ଠାରେ ଆୟୋଜିତ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦୀପାଳି ଏବଂ ତାଙ୍କ ଭାଇ ବିଶାଳ । ବୈଠକରେ ନବ ଦାସଙ୍କ ସ୍ମୃତି ଚାରଣ କରିବା ସହ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଦୀପାଳି ଏବଂ ବିଶାଳ ।
ଗତ ଜାନୁଆରି ୨୯ରେ ନବ ଦାସଙ୍କୁ ଗୁଳି କରାଯାଇଥିଲା । ତେବେ ଖାଲି ପଡିଥିବା ଝାରସୁଗୁଡା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । ହେଲେ ଉଭୟ ଭାଇ ଓ ଭଉଣୀ କହିଛନ୍ତି ଯେ ବିଜେଡି ପ୍ରାର୍ଥୀ ପାଇଁ ମୁଖ୍ୟମନ୍ତ୍ରୀ କଣ ନିଷ୍ପତ୍ତି ନେବେ ତାହା ତାଙ୍କ ଉପରେ ନିର୍ଭର । ଆଉ ଦୀପାଳି କହିଛନ୍ତି ଯେ ଭାଇକୁ ଟିକେଟ ମିଳିଲେ ମୁଁ ସମର୍ଥନ କରିବି ଏବଂ ମୋତେ ଟିକେଟ ମିଳିଲେ ଭାଇ ମୋ ସହ ରହିବ ।