ବାତ୍ୟା ଦାନା ପ୍ରଭାବରେ ଓଡିଶା -ପଶ୍ଚିମବଗଂ ସୀମାନ୍ତ ଉଦୟପୁର ବେଳାଭୂମି ନିକଟରେ ସମୁଦ୍ର ରେ ଭାସି ଆସିଛି ଏକ ଅଜଣା ବିରାଟ କାୟ ଲୁହା ବସ୍ତୁ,ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ଏବଂ ପର୍ଯ୍ଯଟକ ଙ୍କ ଭିତରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି ,ସୂଚନା ଅନୁଯାୟୀ ଗତ ବାତ୍ୟା ଦାନା ପ୍ରଭାବରେ ସମୁଦ୍ର ଅଶାନ୍ତ ହେବା ଫଳରେ ସମୁଦ୍ରରେ ବଡ ବଡ଼ ଲହଡ଼ି ଉପକୂଳ ଆଡକୁ ମାଡି ଆସିଥିଲା, ଏହା ପ୍ରଭାବରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଉଦୟପୁର ସମୁଦ୍ର ନିକଟରେ ଏକ ଅଜଣା ବିରାଟକାୟ ଲୁହା ବସ୍ତୁ ଭାସି ଆସିଥିବା ଲୋକେ ଦେଖିବାକୁ ପାଇଥିଲେ, ଯାହାକୁ ନେଇ ସ୍ଥାନୀୟ କିଛି ମତ୍ସ୍ୟଜୀବୀ ବୋର୍ଟ ସାହାଯ୍ୟରେ ଉକ୍ତ ବସ୍ତୁ ନିକଟକୁ ଯାଇ ଦେଖିଥିଲେ। ବସ୍ତୁଟି ଲୁହା ହୋଇଥିବା ବେଳେ ତାହା ନାଲି ରଙ୍ଗର ରହିଥିଲା, ଯେଉଁଥି B.I.W.T.A ବୋଲି ଲେଖାଯାଇଛି। ତେବେ କିଛି ମତ୍ସ୍ୟଯିବି ଏହା ମଝି ସମୁଦ୍ରରେ ଜାହାଜକୁ ମାର୍ଗ ଦର୍ଶାଉ ଥିବା ବୟାଁ ବୋଲି କହିଛନ୍ତି। ଏହା ପ୍ରଥମେ ଉଦୟପୁର ସମୁଦ୍ରରେ ଲାଗିବାପରେ ଏବେ ଧୀରେ ଧୀରେ ଭାସି ଭାସି ଦିଘା ସମୁଦ୍ର କୂଳ ନିକଟରେ ପହଁଚିଲାଣି, ତେବେ ସେଥିରେ ଲାଗିଥିବା କିଛି ମୂଲ୍ୟବାନ ଜିନିଷ କେହି ବାହାର କରିନେଇଥିବା ଜଣା ପଡିଛି, ମଝି ସମୁଦ୍ରରେ ଜାହାଜ ମାନଙ୍କୁ ସିଗନାଲ ଦେଇଥାଏ ଏହି ବସ୍ତୁଟି, ଯେଉଁଥିରେ ଅନେକ ମୂଲ୍ୟବାନ ଜିନିଷ ଖଞ୍ଜା ଯାଇଥାଏ ବୋଲି ଜଣା ପଡିଛି