ହଳଦୀଢିଅ, ଜରି, ବାଙ୍ଗରା ଆଦି ଅଞ୍ଚଳକୁ ଗସ୍ତ କରି ଚାଷୀ ମାନଙ୍କୁ ଭେଟି ନଷ୍ଟ ହୋଇଥିବା ଧାନ ଚାଷ ଜମି ବୁଲି ଦେଖିଲେ ବିଧାୟିକା ପ୍ରମିଳା ମଲ୍ଲିକ. ବାତ୍ୟାରେ ବିଞ୍ଝାରପୁର ଅଞ୍ଚଳରେ ଧାନ ଚାଷ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ବେଳେ ଏପର୍ଯ୍ୟନ୍ତ ଚାଷୀଙ୍କ ପାଇଁ ସରକାର କୌଣସି ସହାୟତା ଘୋଷଣା କରାଯାଇନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ଅନ୍ୟ ପକ୍ଷରେ ରବିବାର ଦିବା 2 ଘଟିକା ସମୟରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ବିଞ୍ଝାରପୁର ସ୍ଥିତ ହଳଦୀଢିଅ, ଜରି, ବାଙ୍ଗରା ଆଦି ଅଞ୍ଚଳକୁ ଗସ୍ତ କରି ଚାଷୀ ମାନଙ୍କୁ ଭେଟି ନଷ୍ଟ ହୋଇଥିବା ଧାନ ଚାଷ ଜମି ବୁଲି ଦେଖିଛନ୍ତି | ଯଦି ଚାଷୀଙ୍କୁ କ୍ଷତିପୂରଣ ନମିଳେ ତେବେ ବିଜେଡି ବ୍ଲକ ଓ ତହସିଲ ଘେରିବ ଵୋଇ ବିଧାୟିକା ପ୍ରମିଳା ମଲ୍ଲିକ ଗଣମାଧ୍ୟମରେ ଚେତାବନୀ ଦେଇଛନ୍ତି |