ଏନ୍ଏନ୍ଏସ ଓଡିଆ: ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ଏତେ ଭୟଙ୍କର ଥିଲା ଯେ ପାଖରେ ଥିବା ଏକ ହୋଟେଲ୍ ଭୁଶୁଡି ପଡିଲା । ଏଥିରେ ୮ ଜଣଙ୍କର ମୃତୁ୍ୟ ହୋଇଥିବା ଏକାଧିକ ଆହତ ହୋଇଛନ୍ତି । ଏଥିରେ ୮ଜଣଙ୍କର ମୃତୁ୍ୟ ହୋଇଥିବା ଏକାଧିକ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଆଜି ସକାଳେ ତାମିଲନାଡୁର କୃଷ୍ଣଗିରିରେ ଥିବା ଗୋଟାଏ ବାଣ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ୮ଜଣ ଲୋକଙ୍କର ମୃତୁ୍ୟ ଘଟିଥିବା ବେଳେ ଆଉ କେତେଜଣ ଆହତ ହୋଇଥିବା କଥା ପୁଲିସ କହିଛି । ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ପାଖରେ ଥିବା ଗୋଟାଏ ହୋଟେଲ୍ ଭାଙ୍ଗଯାଇଛି । ହୋଟେଲ୍ ଓ କୋଠାଘରର ଭଗ୍ନସ୍ତୁପ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଏଯାବତ୍ ଗୁରୁତର ଆହତ ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ୧୨ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ପୁଲିସ କହିଛି।