ନୂଆଦିଲ୍ଲୀ : ବାଜିଲା ନିର୍ବାଚନି ବିଗୁଲ୍ । ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ସୁନିଲ୍ ଆରୋରା ୫ଟି ରାଜ୍ୟ ପାଇଁ ଆଜି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗର ୨ଶହ ୯୪ ବିଧାନସଭା ସିଟ୍, ଆସାମର ଶହେ୨୬ ବିଧାନସଭା ସିଟ୍, ତାମିଲନାଡୁର ୨ଶହ୩୪ ବିଧାନସଭା ସିଟ୍, କେରଳର ଶହେ ୪୦ଟି ବିଧାନସଭା ସିଟ୍ ଏବଂ ପଣ୍ଡିଚେରୀର ୩୦ଟି ବିଧାନସଭା ସିଟ୍ ସହିତ ମୋଟ୍ ୮ଶହ ୨୪ ବିଧାନସଭା କ୍ଷେତ୍ର ପାଇଁ ମତଦାନ ହେବେ । ପ୍ରାୟ ୧୮କୋଟି ୬୦ଲକ୍ଷର ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ସବୁଠାରୁ ଗୁରୁତ୍ତବ ପୂର୍ଣ୍ଣ ଘଟଣା ହେଉ ଛି ଏହି ୫ଟି ରାଜ୍ୟର ଭୋଟ୍ ଗ୍ରହଣ ସମୟ ୧ଘଣ୍ଟା ଅଧିକ ବଢାଇ ଦିଆଯାଇଛି । ଏବେ ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେବେ ଭୋଟ ଗ୍ରହଣ କରାଯିବ । ଆସାମରେ ୩ଟି ଚରଣରେ ନିର୍ବାଚନ ହେବ । ୨୭ମାର୍ଚରେ ପ୍ରଥମ ପର୍ଯ୍ୟାୟ, ୧ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ, ୬ଏପ୍ରିଲରେ ତୃତୀୟ ପର୍ଯ୍ୟାୟ ଭୋଟିଂ ହେବ । ତାମିଲନାଡୁରେ ୨୩୪ବିଧାନସଭା କ୍ଷେତ୍ର ପାଇଁ ୬ଏପ୍ରିଲରେ ଭୋଟିଂ ହେବ ।କେରଳରେ ସମସ୍ତ ୧୪୦ ବିଧାନସଭା କ୍ଷେତ୍ର ପାଇଁ ୬ଏପ୍ରିଲରେ ଭୋଟିଂ ହେବ । ପଶ୍ଚିମବଙ୍ଗରେ ୨ଶହ ୯୪ ବିଧାନସଭା କ୍ଷେତ୍ର ପାଇଁ ୨୭ମାର୍ଚରୁ ଆଠଟି ପର୍ଯାୟରେ ଭୋଟିଂ ହେବ । ପଣ୍ଡିଚେରୀରେ ୬ଏପ୍ରିଲରେ ଭୋଟିଂ ହେବ । ମେ୨ ତାରିଖରେ ସମସ୍ତ ବିଧାନସଭା ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ଏଥର ନିର୍ବାଚନରେ କୋଭିଡ୍ ୧୯କୁ ଦୃଷ୍ଟିରେ ରଖି କିଛି ନୂଆ ପଦକ୍ଷେପ ନେଇଛନ୍ତି । ଏଥର ନିର୍ବାଚନରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ କୋଭିଡ୍୍ ୧୯ଟିକା ଦିଆଯିବ । ଭୋଟଦାନ କେବଳ ଭୋଟଗ୍ରହଣ କେନ୍ଦ୍ରର ଗ୍ରାଉଣ୍ଡଫ୍ଲୋରରେ କରାଯିବ ।ପ୍ରାର୍ଥୀମାନେ ଅନଲାଇନରେ ନିଜର ନାମ ଭରିପାରିବେ ଏବଂ ନିର୍ବାଚନି ସିକ୍ୟୁରିଟି ମଧ୍ୟ ଅନଲାଇନରେ ଭରିପାରିବେ ।