ବ୍ୟୁରୋ : ଗୁରୁ ଙ୍କୁ ନ ମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ୱର। ହଁ ଆଞା ଗୁରୁ ଙ୍କ ସ୍ଥାନ ସବୁଠୁ ଉଚ୍ଚ ରେ .. କାରଣ ଗୁରୁ ଙ୍କ ଦ୍ୱାରା ହିଁ ଆମେ ଅଞାନ ରୂପ ଅନ୍ଧକାର ରୁ ମୁକ୍ତି ପାଇଁ ଞାନ ରୂପ ଆଲୋକ ଦେଖାଇଥାନ୍ତି । ଆଉ ଗୁରୁ ଙ୍କୁ ଏକ ନିଆରା ଢଙ୍ଗ ରେ କେଉଁଭଳି ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି ପୁରାତନ ଛାତ୍ର ଛାତ୍ରୀ ଯାହା ଏବେ ସମସ୍ତ ଙ୍କୁ ଚକିତ କରିଛି । ହଁ ଆଞା ଦେଖନ୍ତୁ ଏ ଦୃଶ୍ୟ କୁ ଏ କୌଣସି ନିର୍ବାଚନ ର ରାଲି ନୁହେଁ କି ଶୋଭାଯାତ୍ରା ର ନୁହେଁ । ଏ ହେଉଛି ମା ତାରିଣୀ ନୋଡାଲ ବିଦ୍ୟାଳୟ ର ଖେଳ ଶିକ୍ଷକ ବିଶ୍ଵ ବିହାରୀ ଜେନା ଙ୍କୁ ଅବସର ସମୟ ର । ଯେଉଁଥିରେ ଛାତ୍ର ମାନେ ୩୦ଉର୍ଦ୍ଧ ବାଇକ୍ ରାଲି କରିବା ସଙ୍ଗେ ସଙ୍ଗେ ବାଜା ବଜାଇ ଶିକ୍ଷକ ଙ୍କୁ ପଗଡି ପିନ୍ଧାଇ ଖୋଲା ଜିପ୍ ରେ ବସାଇ ଆଖ ପାଖ ସମସ୍ତ ସାହି ରେ ରୋଷଣୀ କରି ବୁଲାଇଥିଲେ। କଟକ ସଦର ବ୍ଲକ ସ୍ଥିତ ମା ତାରିଣୀ ନୋଡାଲ ବିଦ୍ୟାଳୟ ର ଖେଳ ଶିକ୍ଷକ ଭାବେ ବିଶ୍ଵ ବିହାରୀ ଜେନା ଗତ ୪୦ବର୍ଷ ହେବ ଖେଳ ଶିକ୍ଷକ ଭାବେ କାର୍ୟ୍ୟରତ ଥିଲେ । । ଆଉ ଏହି ବିଦାୟକାଳିନ ସମ୍ବୋର୍ଦ୍ଧନା ଏବେ ସ୍ମରଣୀୟ ହୋଇପଡିଛି । ସ୍କୁଲ୍ ରେ ପିଲା କିଭଳି ପାଠ ପଢ଼ି ଭଲ ମଣିଷ ଟିଏ ହେବ ସଦା ସର୍ବଦା ମୋର ସେୟା ହିଁ ଉଦ୍ୟମ ଥାଏ। ବୋଧେ ପିଲାଏ ଆଜି ସେତିକି ମୋ ଅନୁଶାସନ ରେ ପ୍ରଭାବିତ ହୋଇ ଭଲ ମଣିଷ ହୋଇଛନ୍ତି ଯେଉଁଥି ପାଇଁ ମୋତେ ଏ ଭବ୍ୟ ଶୋଭାଯାତ୍ରା କରି ସମ୍ମାନ ର ସହ ଅବସର ର ବିଦାୟ ଦେଇଛନ୍ତି। ମୋ କାର୍ୟ୍ୟ ପାଇଁ ସରକାର ଙ୍କ ଠାରୁ ମୁଁ ବେତନ ନେଉଥିଲି ହେଲେ ଏ ପିଲା ମାନକ ମୋ ପ୍ରତି ଥିବା ଭଲପାଇବା ଓ ସମ୍ମାନ ଜୀବନ ର ଶେଷ ପର୍ୟ୍ୟନ୍ତ ମନେ ରହିବ ବୋଲି ଶିକ୍ଷକ ଜଣକ ମତ ବ୍ୟକ୍ତ କରିଛନ୍ତି।