ବିଧାନସଭା ପ୍ରଶ୍ନକାଳରେ ବାଚସ୍ପତି ଦାୟିତ୍ୱ ନେଇଥିବା ପ୍ରମିଳା ମଲ୍ଲିକଙ୍କୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ‘ଅପା’ ବୋଲି କହି ସମ୍ବୋଧନ କରିଥିଲେ । ଯାହାକୁ ନେଇ ନିଜ ନିଜ ସ୍ଥାନରେ ବସି ଆପତି ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ତାରା ବାହୀନିପତି । ବିରୋଧୀ ଆପତ୍ତି ଉଠାଇବା ପରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହାତଯୋଡ଼ି କହିଥିଲେ, ସବୁବେଳେ ‘ଅପା’ ବୋଲି ଡାକନ୍ତି ତେଣୁ ପାଟିରୁ ‘ଅପା’ ଶବ୍ଦ ବାହାରିଗଲା, ଯଦି ଆପଣମାନେ କହୁଛନ୍ତି ତେବେ ଅନରେବଲ ସ୍ପିକର ମ୍ୟାଡମ ଯଥା ‘ଅପା’ ବୋଲି କହି ପୁଣି ଥରେ ସମ୍ବୋଧନ କରିଥିଲେ କୃଷିମନ୍ତ୍ରୀ ।