ବାଙ୍କୀ : ବାଙ୍କିରେ ବାର୍ଡ ଫ୍ଲୁ ଆଶଙ୍କା। ବିଲରେ ମରି ପଡିଛନ୍ତି ପରିବ୍ରାଜକ ପକ୍ଷୀ ରୁଡ଼ି ଶେଲ ଡକ୍। କିଛି ପକ୍ଷୀ ଜୀବନ ବିକଳରେ ଛଟପଟ ମଧ୍ୟ ହେଉଛନ୍ତି। ବାଙ୍କୀ ଗଡ଼ରେ ଦେଖିବାକୁ ମିଳିଛି ଏପରି ଘଟଣା। ଦେଶରେ ଅନେକ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିଛି। ଓଡିଶାରେ ବର୍ତ୍ତମାନ ବାର୍ଡ ଫ୍ଲୁ ଦେଖାଯାଇନି। କିନ୍ତୁ ବାଙ୍କିରେ ପକ୍ଷୀମଡଡକ ଦେଖାଯାଇଛି। ଯାହାକୁ ନେଇ ବାର୍ଡ ଫ୍ଲୁ ନେଇ ଭୟ ସୃଷ୍ଟି କରୁଛି। ବିଲରେ କିଛି ପକ୍ଷୀ ମରି ପଡିଥିବାର ଦେଖି ସ୍ଥାନୀୟ ଯୁବକ ମାନେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଖବର ଦେଇଥିଲେ। ସେ ଘଟଣା ସ୍ଥଳକୁ ଯାଇ ମୃତ ପକ୍ଷୀଙ୍କ ଫୋଟୋ ଓ ଭିଡ଼ିଓ ଉଠାଇ ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପଠେଇଥିଲେ। ତେବେ କୌଣସି ପକ୍ଷୀଙ୍କୁ ଛୁଇଁବାକୁ ବାରଣ କରାଯାଇଛି। ଫୋଟୋ ଏବଂ ଭିଡ଼ିଓ କୁ ଖୋର୍ଦ୍ଧା ଏସିଏଫଙ୍କୁ ପଠେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି।