ଦିନକୁ ଦିନ ମଣିଷ ଯେତେ ଆଧୁନିକତା ଆଡକୁ ଗତି କରୁଛି ସେତେ ଓଡିଆ ସଂସ୍କୃତି ଓ ପରମ୍ପରା କୁ ଭୁଲି ଭୁଲି ଯାଉଛି … ନିଜେ ନିଜର କୌଳିକ ବୃତ୍ତି କୁ ବି ଲୋକେ କରିବାକୁ ଆଉ ପସନ୍ଦ କରୁନାହାଁନ୍ତି । ସେଥି ମଧ୍ୟରେ କାରୀଗରଙ୍କ କଥା କିଏ ବା ବୁଝୁଛି ..,କେତେ କଷ୍ଟ କରି କାମ କରୁଛନ୍ତି ତାର ମୂଲ୍ୟବି ସେ ଠିକ ସେ ପାଉଁନାହାନ୍ତି .. ଯେତିକି ଟଙ୍କା ପାଉଛନ୍ତି ସେତିକ ବି ପରିବାର ଚଳିବା ପାଇଁ ନିଅଣ୍ଟ ପଡୁଛି . ନ ସେଥିରେ ତାଙ୍କର ଘର ଚଲାଇପାରୁଛନ୍ତି ନା ଭଲସେ ଦି ମୁଠା ଖାଇପାରୁଛନ୍ତି । ଏପଟେ ବାଉଁଶ କାରୀଗରଙ୍କ ଦୁଃଖ ନକହିବାଟା ଭଲ ବାଉଁଶ କାରୀଗରଙ୍କୁ ମିଳୁନି ବାଉଁଶ ନା ମିଳୁଛି ସରକାରୀ ସହାୟତା .. ବାଉଁଶ ତିଆରି ଜିନିଷ ଦୌନିକ ବ୍ୟବହାର ରେ ଲାଗିଲେ ବି ଲୋକେ ଏବେ ପ୍ଲାଷ୍ଟିକ ତିଆରି ଜିନିଷ ବେଶି ବ୍ୟବହାର କରୁଛନ୍ତି ,., ଯାହାଫଳରେ ବାଉଁଶ ତିଆରି ଜିନିଷ ର ଚାହିଦା ଦିନକୁ ଦିନ କମି କମି ଚାଲିଛି .. ସେହିପରି ପଦ୍ମପୁର ଉପଖଣ୍ଡ ବ୍ରାହ୍ମଣ ଡିହି ଗାଁରେ ପାଖା ପାଖି ୨୦୦ ଘର ବସବାସ କରନ୍ତି ଏହି ବାଉଁଶ କାରୀଗର ମାନେ । ପୂର୍ବ ପିଢି ରୁ ଏମାନଙ୍କ ବୃତି ହେଉଛି ବାଉଁଶ ତିଆରି ଜିନିଷ ତିଆରି ଏବଂ ବିକ୍ରି କରିବା ହେଲେ ଦିନକୁ ଦିନ ଏହି ବୃତି ଏବେ ଲୋପ ପାଇବାକୁ ବସିଥିବା ବେଳେ କିନ୍ତୁ ଏହି ଗ୍ରାମର ଲୋକେ ଏହି ବୃତି କୁ ଆପଣାଇ ନିଜ ପରିବାର ଚଳାଇଥାନ୍ତି ।ହେଲେ. ବ୍ୟବସାୟ କରିବା ପାଇଁ କଂଚାମଲ ଏବଂ ଅର୍ଥ ସାଜିଛି ବାଧକ । ବାଉଁଶର ଅତ୍ୟଧିକ ଦାମ ଯୋଗୁଁ କମ ଅର୍ଥ ରେ ବାଉଁଶ କିଣି ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରିବା ଏମାନଙ୍କୁ ବାଧକ ସୃଷ୍ଟି କରୁଛି । କେତେବେଳେ ଜଂଗଲକୁ ବାଉଁଶ କାଟିବାକୁ ଗଲେ ପୋଲିସ ର ଭୟ ତ ଆଉ କେତେବେଳେ ସଠିକ ପାରିଶ୍ରମିକ ନ ମିଳିବାର ଭୟ ତ ଅନ୍ୟ ପଟେ ପ୍ଲାଷ୍ଟିକ ସାମଗ୍ରୀର ଚାହିଦା ଅଧିକ ଥିବା ବେଳେ ନିଜ ଜିବିକା ନିର୍ବା କରୁଛନ୍ତି ବାଉଁଶ ଶ୍ରମିକ । ବାଉଁଶ ପାତିଆରେ କୁଲା, ଟୋପା,ଟୋକେଇ , ଭୁଗଲି, ଟୁପଲି, ଚାଙ୍ଗୁଡି, ତଥା ବାହାଘର, ଜିନିଷ ପତ୍ର, , ଝୁମର, ଆଲଣା, , କଣ୍ଢେଇ ଆଦି ବିଭିନ୍ନ କିସମର ସାମଗ୍ରୀ ତିଆରି କରିଥାନ୍ତି ବାଉଁଶ କାରିଗର , ଗୋଟିଏ କୁଲା ପାଇଁ ଏମାନଙ୍କୁ ୨ ଦିନ ସମୟ ଲାଗିଥାଏ । ହେଲେ ଉପଯୁକ୍ତ ପରିଶ୍ରମର ସଠିକ ପାଉଣା ପାଉ ନଥିବା ନେଇ ଅଭିଯୋଗ କରିଛନ୍ତି କାରିଗର ମାନେ . ଅନ୍ୟ ପଟେ ବିଭିନ୍ନ ପ୍ରକାର ବାଉଁଶ କାରୁକାର୍ୟ୍ୟ ର ତାଲିମ ଦେବା ପାଇଁ ଗ୍ରାମରେ ଟ୍ରେନିଂ ସେନଟର ମଧ୍ୟ ରହିଥିଲେ ମଧ୍ୟ ଭଲ ଭାବରେ କାର୍ୟ୍ୟକ୍ଷମ ହୋଇ ନାହିଁ ଏବଂ ତାଲିମ ନେଇଥିବା ଶ୍ରମିକ ମାନେ ମଧ୍ୟ ଆଜି ଯାଏଁ ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଯଦି ସରକାର ଏଥିପ୍ରତି ଗୁରୁତର ଦେବେ କିମ୍ବା ଉକ୍ତ ଶ୍ରମିକ ମାନଙ୍କ ପାଇଁ ଉଚିତ ଆର୍ଥକ ଏବଂ ସାମଗ୍ରିକ ର ସୁ ବ୍ୟବସ୍ଥା କରନ୍ତେ ତାହେଲେ ଲୁପ୍ତ ହେବାକୁ ଯାଉଥିବା କୁଳ ବେଉସା ବଂଚାଇ ଜାଇ ପାରନ୍ତା ବୋଲି ଉକ୍ତ ଗ୍ରାମର ଅଧିବାସୀ ମାନେ ସରକାରଙ୍କୁ ନିବେଦନ କରିଛନ୍ତି । ତେବେ ଏ ନେଇ ପଦ୍ମପୁର ଈଊଙଙ୍କୁ ଉଚିତ ବ୍ୟବସ୍ଥା କରାଯିବା ସହ ଉପରିସ୍ଥ ଅଧିକାରୀଙ୍କୁ ଏ ବିଷୟ ନେଇ ଗମ୍ଭୀର ଭାବରେ ଜଣାଇବେ ବୋଲି ପ୍ରତିଶୃତି ଦେଇଥିଲେ । ତେବେ ସମୟ ଥାଉଣୂ ଯଦି ଏହି ବାଉଁଶ କାରିଗରଙ୍କ କୂଳ ବ୍ୟବସାୟ ବଂଚାଇ ଯାଆନ୍ତା ତେବେ ଏମାନେ ଆହୁରି ସୁନ୍ଦର କାରୁକାର୍ୟ୍ୟ କରି ନିଜ ପରିବାର ପ୍ରତିପୋଷଣ କରିପାରନ୍ତେ ।