କଟକ: ବହୁ ଚର୍ଚ୍ଚିତ ୧୯୯୯ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଶେଷରେ ବନ୍ଧା ହେଲା । ଦୀର୍ଘ ୨୨ ବର୍ଷ ପରେ ପୁଣି ଥରେ ଖୋଳତାଡ଼ କରି ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପୁଲିସ୍ ପାଇଁ ଥିଲା ଏକ ବହୁତ ବଡ଼ ଚ୍ୟାଲେଞ୍ଜ। ନାଁ ବଦଳାଇ ପୁନେରେ ରହୁଥିବା ବିବନ ବିଶ୍ୱାଳକୁ ଧରିବାକୁ ୩ ମାସ ପୂର୍ବରୁ ଜାଲ ବିଛାଇଥିଲା କମିଶନରେଟ ପୁଲିସ୍। ଏଥିନିମନ୍ତେ ଖୋଦ୍ ଟ୍ୱିନ୍ ସିଟି କମିଶନର, କଟକ ଡିସିପିଙ୍କୁ ନେଇ ଏକ ୪ ଜଣିଆ ଟିମ୍ ଗଠନ ହୋଇଥିଲା ।୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ଏବେ ପୁଣି ଚର୍ଚ୍ଚାରେ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର । ୧୯୯୯ ଜାନୁଆରୀ ୯ ତାରିଖରେ ଘଟିଥିଲା ଚାଞ୍ଚଲ୍ୟକର ଘଟଣା । ଅଞ୍ଜନା ନିଜର ଜଣେ ସାମ୍ବାଦିକ ବନ୍ଧୁଙ୍କ ସହ କାରରେ ଯାତ୍ରା କରୁଥିଲେ । ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ନିକଟରେ ତିନିଜଣ ଦୁର୍ବୃତ୍ତ ସେମାନଙ୍କ ପଥ ରୋଧ କରିଥିଲେ । ବନ୍ଧୁଙ୍କ ସାମ୍ନାରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଥିଲା । ଏହା ମାମଲାରେ ୧୯୯୯ ୨୬ ଜାନୁଆରୀରେ ଦୁଇଜଣକୁ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ, ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ୧୯୯୯ ମସିହାରେ ଓଡ଼ିଶାରେ ଘଟିଥିବା ଏକ ବହୁଚର୍ଚ୍ଚିତ ଅପରାଧିକ ମାମଲା । ଅଞ୍ଜନା ମିଶ୍ର ୯ ଜାନୁଆରୀ ୧୯୯୯ରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । । ଏହି ଦୁଃଖଦ ଘଟଣା ତତ୍କାଳୀନ ଓଡ଼ିଶାରେ ରାଜନୈତିକ ହଇଚଇ ସୃଷ୍ଟି କରିଥିଲା । ଏପରିକି, ଉକ୍ତ ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ତଥାକଥିତ ବନ୍ଧୁ ତଥା ପୂର୍ବତନ ମହାଧୀବକ୍ତା ଇନ୍ଦ୍ରଜିତ ରାୟଙ୍କର ପ୍ରଛନ୍ନ ହାତ ଥିବା ଅଭିଯୋଗ ହୋଇଥିଲା । ଫଳରେ ଓଡ଼ିଶାର ତତ୍କାଳୀନ ଶାସକ ଦଳ କଂଗ୍ରେସର ଭାବମୂର୍ତ୍ତୀ ଅକ୍ଷୁର୍ଣ୍ଣ ରଖିବା ଉଦ୍ୟମରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ତାଙ୍କ ଆସନ ହରାଇବାକୁ ପଡିଲା । ପରେ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଅଭିଯୋଗ ଅନୁଯାୟୀ, ଘଟଣା ଦିନ ଅର୍ଥାତ୍ ୯ ଜାନୁଆରୀ ୧୯୯୯ ଦିନ ଅଞ୍ଜନା ତାଙ୍କରି ଜନୈକା ସାମ୍ବାଦିକା ବାନ୍ଧବୀଙ୍କ ସହ ଏକ କାର୍ରେ ଯାତ୍ରା କରୁଥିଲେ । ଭୁବନେଶ୍ୱର ଉପକଣ୍ଠସ୍ଥ ବାରଙ୍ଗ ନିକଟବର୍ତ୍ତୀ ଏକ ନିକାଞ୍ଚନ ଜାଗାରେ ତିନିଜଣ ଦୁର୍ବୃତ୍ତ ସେମାନଙ୍କ ପଥରୋଧ କରିବା ସହ ବାନ୍ଧବୀଙ୍କ ସାମନାରେ ଅଞ୍ଜନାକୁ ଗଣଦୁଷ୍କର୍ମ କରିଥିଲେ । ଏଘଟଣା ପ୍ରଘଟ ହେବା ପରେ ପୋଲିସ ତତ୍ପରତାର ସହ ୨୬ ଜାନୁଆରୀ ୧୯୯୯ ଦିନ ମାତ୍ର ଦୁଇଜଣକୁ ଗିରଫ କଲା । ହେଲେ ମୁଖ୍ୟ ଅଭୀଯୁକ୍ତ ଏଯାଏଁ ଧରାପଡ଼ିନଥିଲା ।