ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର ବୁଲିବାକୁ ଆସିଥିବା ବେଳେ ଅଧାରାସ୍ତାରେ ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହୃଦଘାତ । ଅଳ୍ପକେ ବର୍ତ୍ତିଲେ ୭୦ପର୍ଯ୍ୟଟକ । ଚାଲିଗଲା ବଙ୍ଗୀୟ ଡ୍ରାଇଭରଙ୍କ ଜୀବନ । ଅଳ୍ପକେ ବର୍ତ୍ତିିର୍ଲେ ବସରେ ଥିବା ଯାତ୍ରୀ । ନୀଳଗିରିର ପାଟପୁର ଛକରେ ଘଟିଛି ଏପରି ଘଟଣା ।
ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ବୁଲିବାକୁ କୋଲକତାରୁ ପ୍ରାୟ ୫୦ ପର୍ଯ୍ୟଟକ ଏକ ବସ୍ରେ ଆସିଥିଲେ। ବସ୍ଟି ଆଜି ଭୋରରୁ ନୀଳଗିରିରେ ପ୍ରବେଶ କରିଥିଲା। ନୀଳଗିରି ପଞ୍ଚଲିଙ୍ଗେଶ୍ୱର ରାସ୍ତା ପାଟପୁର ଛକ ନିକଟରେ ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ଡ୍ରାଇଭରଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାସତ୍ତ୍ୱେ ସେ ଗାଡ଼ିଟିକୁ ନିୟନ୍ତ୍ରଣକୁ ଆଣି ସୁରକ୍ଷିତ ଭାବେ ଛିଡ଼ା କରାଇଥିଲେ। ଏହାପରେ ସେ ନିଜ ସିଟ୍ରେ ହିଁ ଟଳି ପଡ଼ିଥିଲେ।
ଏହାଦେଖି ବସ୍ରେ ଥିବା ପର୍ଯ୍ୟଟକ ଆଖପାଖ ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ। ସ୍ଥାନୀୟ ଯୁବକ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଅଚେତ ଡ୍ରାଇଭରଙ୍କୁ ନୀଳଗିରି ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଡ୍ରାଇଭରଙ୍କ ମୃତ୍ୟୁ ସମ୍ପର୍କରେ ବସ୍ ମାଲିକଙ୍କୁ ଜଣାଇ ଦିଆଯାଇଥିବା ବେଳେ ସେ ଆଉ ଜଣେ ଡ୍ରାଇଭରଙ୍କୁ ପଠାଇବା ବ୍ୟବସ୍ଥା କରୁଥିବା ପର୍ଯ୍ୟଟକମାନେ କହିଛନ୍ତି। ସ୍ଥାନୀୟ ଯୁବକଙ୍କ ସାହାଯ୍ୟ ଯୋଗୁ ବେଶ୍ ଖୁସି ଥିବା ପର୍ଯ୍ୟଟକ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ପଞ୍ଚଲିଙ୍ଗେଶ୍ୱର ବୁଲିବା ପରେ ସେମାନେ ପୁରୀ ଯିବେ ଓ ସେଠାରୁ ହାଓଡା ଯିବେ ବୋଲି ସୂଚନା ଦେଇଛନ୍ତି।